ସଡକ ଦୁର୍ଘଟଣାରେ ସରପଞ୍ଚଙ୍କ ଦେହାନ୍ତ, ସମବେଦନା ଜଣାଇଲେ ବିଧାୟକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ବନିତା ଖଟୁଆଙ୍କ ୩୨ ବର୍ଷ ବୟସରେ ବୁଧବାର ଦିନ ଏକ ସଡକ ଦୃଘଟଣାରେ ମୃତ୍ୟୁ ଘଟିଥିଲା। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶ୍ରୀମତୀ ଖଟୁଆ ରୁମାଗଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। କୌଣସି କାର୍ଯ୍ୟରେ ସେ କେ.ବରିଡା ଗ୍ରାମରୁ ବ୍ରହ୍ମପୁର ଯାଉଥିବା ବେଳେ ହୁଗୁଳା ପଟା ଗ୍ରାମ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ବ୍ରହ୍ମପୁର ମେଡିକାଲକୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇ ଥିଲା। ସେଠାରୁ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ଦୁଃଖଦ ଘଟଣା ଜାଣିବା ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଗୁରୁବାର ଦିନ ସ୍ବର୍ଗତ ସରପଞ୍ଚଙ୍କ ବାସଗୃହକୁ ଯାଇ ତାଙ୍କ ସ୍ୱାମୀ ପୂର୍ଣଚନ୍ଦ୍ର ଖଟୁଆଙ୍କ ସମେତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଶ୍ବାନ୍ତନା ପ୍ରଦାନ କରିଥିଲେ। ବିଧାୟଙ୍କ ସହ ଉପସ୍ଥିତ ବ୍ୟକ୍ତି ସମୂହ ମଧ୍ୟ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ