ସଡକ ଦୁର୍ଘଟଣା ନିରାକରଣ ସଂପର୍କରେ ସଚେତନତା

ଛତ୍ରପୁର,( : ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ ସ୍କୁଲର ପୃଷ୍ଠପୋଷକ ସସ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ସଡକ ସୁରକ୍ଷା ପରିବାର ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ମୋଟର ଯାନ ନିରୀକ୍ଷକ ତଥା ଏମ୍‌ଭିଆଇ ରବୀନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକୁ ଦୁର୍ଘଟଣାର ମୁଖ୍ୟ କାରଣ ଗୁଡିକ ଏବଂ ନିରାକରଣ ସଂପର୍କରେ ଟିକିନିଖି ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହା ସହ ଭିଡିଓ କ୍ଲିପ୍ ମାଧ୍ୟମରେ ଶ୍ରୀ ଜେନା ଦୁର୍ଘଟଣାର କାରଣ ଓ ଏହାର କିପରି ନିରାକରଣ ସଂପର୍କରେ ସଚେତନତା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଂଟାରୀ ଅଧାରରେ ଛାତ୍ରଛାତ୍ରୀଙ୍କୁ ଦେଖାଇଥିଲେ । ଆଗକୁ ନିଜେ ଏବଂ ନିଜର ପରିବାର ସଦସ୍ୟମାନେ କିପରି ଦୁର୍ଘଟଣାର ସମ୍ମୁଖୀନ ନ ହେବେ ସେଥିପ୍ରତି ଛାତ୍ରଛାତ୍ରୀମାନେ ପ୍ରଥମେ ସଚେତନତା ହେଲେ ସେମାନଙ୍କ ପରିବାରକୁ ସଚେତନତା କରିପାରିବେ ଏବଂ ନିଜ ନିଜ ପରିବାର ସଦସ୍ୟଙ୍କୁ ରକ୍ଷା କରିପାରିବେ ବୋଲି ଏମ୍‌ଭିଆଇ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସେହିପରି ଏହି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ପ୍ରତିଯୋଗିତା କରାଯାଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଶ୍ରୀ ଜେନା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ଏକାଡେମୀ ନିର୍ଦ୍ଦେଶକ ପି.କେ.ମିଶ୍ର, ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ