ସଡକ ସୁରକ୍ଷା ସଚେତନତା

ଗୋବରା (ଯୁଗାବ୍ଦ ନ୍ୟୁଜ )  :ଭାରତୀୟ ରେଡକ୍ରସ ସୋସାଇଟି ତଥା କ୍ଷତ୍ରିୟବରପୁର ଆଞ୍ଚଳିକ ବିଞ୍ଜାନ ମହାବିଦ୍ୟାଳୟ ଗ୍ରାମ ପଥ ପ୍ରାନ୍ତରେ ଯୁବ ରେଡକ୍ରସ ତରଫରୁ ଏକ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର‌୍ୟ୍ୟକ୍ରମକୁ ଭଞ୍ଜନଗର ଆଞ୍ଚଳିକ ପରିବହନ ଇନିସପେକ୍ଟର ୟଶବନ୍ତ କନ୍ନାର ,ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଗୋବରା ଗ୍ରାମ ପରିକ୍ରମା କରି ମେଡିକାଲ ଛକ ଠାରେ ଏକତ୍ରିତ ହୋଇଥିଲେ ।ଏହି ଶୋଭାଯାତ୍ରାରେ ଅଧ୍ୟାପକ ନୃସିଂହାନନ୍ଦ ସାସମଲ, ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ୱାଳ ,ଚନ୍ଦ୍ରଶେଖର ପଣ୍ଡା , ବହ ୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ଭାଗ ନେଇଥିଲେ । ରେଡକ୍ରସର ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ ପରିଚାଳନା କରିଥିଲେ ।ହେଲମେଟ ପିନ୍ଧି ଯାଉଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ