୧୦ଟି ରକ୍ତଦାନ ଶିବିର ଆୟୋଜନ ଲକ୍ଷ୍ୟ

ଅନୁଗୋଳ, (ଯୁଗାବ୍ଦ ନ୍ୟୁଜ):- ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି ଓ ଏହି ସମୟରେ ରକ୍ତର ଅଭାବକୁ ସମସ୍ତେ ଉପଲବଧି କରନ୍ତି । ଏହି ଅଭାବକୁ ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାରରେ ପରିପୂରଣ କିପରି କରିବା ସେହି ସମସ୍ୟାକୁ ନେଇ ଗତ କାଲି ଜିଲ୍ଲା ମୁଖ୍ୟଚିକିସ୍ଚାଳୟ ରକ୍ତ ଭଣ୍ଡାର ଭବନ ଠାରେ ଭଲ୍ୟୁଣ୍ଟିୟର ବ୍ଲକର ଡୋନର ଆସୋସିଏସନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଖରା ଦିନେ ରକ୍ତର ସମସ୍ୟା କୁ ଦୂର କରିବା ପାଇଁମାସକୁ ୧୦ ରୁ ୧୨ ଟି ରକ୍ତଦାନ ଶିବିର କରନ୍ତୁ ଓ ଏହିଶିବିର ସକାଳ ୭ଟାରୁ ଆରମ୍ଭ ହୋଇ ୧୧ ଟାରେ ସମାପନ କରିବେ ବୋଲି ଯୋଗ ଦେଇଥିବା ଜିଲ୍ଲାର ସ୍ୱେଚ୍ଛାସେବୀ,ରକ୍ତଦାନ ଶିବିରର ପ୍ରେରଣାଦାତା ମାନଙ୍କୁ ଜିଲ୍ଲା ରକ୍ତ ଭଣ୍ଡାର ର ଡାକ୍ତର ବିଶ୍ୱଜିତ ସାମଲ କହିଛନ୍ତି ।ଶିବିର ଏପ୍ରଲରୁ ଜୁନ ପର‌୍ୟ୍ୟନ୍ତ ଉପରୋକ୍ତ ଧାର‌୍ୟ୍ୟ ସମୟରେ କରିବାକୁ ସ୍ଥିର ହୋଇଛି । ଏହାକୁ ଏପ୍ରିଲ ଓ ଜୁନ ମଧ୍ୟରେ କରିବାକୁ ସ୍ଥିର ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ