ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବାରିପଦା, (ମୁରାରୀ ମୋହନ ମହାପାତ୍ର): ଏକ ସଡ଼କ ଦୁର୍ଘଟଣାରେ ଭୈରଙ୍ଗୀ ଗ୍ରାମର ସ୍ଵର୍ଗତ ସତ୍ୟବାନ ଜେନା ଏବଂ ପ୍ରମୋଦିନୀ ଦାସ ଏକମାତ୍ର ପୁତ୍ର ସୁଭାଶିଷ (୪୦)ଙ୍କ ରାଞ୍ଚି ଠାରେ ମୃତ୍ୟୁ ହୋଇଯାଇଛି. ପ୍ରକାଶ ଥାଉକି, ସୁଭାଶିଷ ଜେନା ଏକ ଫାଇନାନ୍ସ କମ୍ପାନୀର ଜୋନ ମୁଖ୍ୟ ଭାବେ ରାଞ୍ଚିରେ କାର୍ଯ୍ୟ କରି ଆସୁଥିଲେ. ଅଫିସ କାର୍ଯ୍ୟରେ ଯାଉଥ‌ିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ. ଗୁରୁତର ଅବସ୍ଥାରେ ତାଙ୍କୁ ଏକ ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା. ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା. ଆଜି ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା. ଆଜି ଅପରାହ୍ନରେ ସୁଭାଶିଷଙ୍କ ମୃତ ଶରୀର ଜନ୍ମମାଟି ଭୈରଙ୍ଗୀ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା. ସେ ଜଣେ ପରୋପକାରୀ, ଦରଦୀ ଯୁବକ ଭାବେ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇଥିବାରୁ ଭୈରଙ୍ଗୀ ତଥା ଆଖପାଖ ଗ୍ରାମରୁ ବହୁ ଲୋକ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଆସିଥିଲେ. ସ୍ତ୍ରୀ ଜ୍ୟୋତି ଜୀ , ପୁଅ ଓ ପରିବାରର ସମସ୍ତେ ଉପସ୍ଥିତ ଥିବାବେଳେ ଆତ୍ମୀୟସ୍ବଜନ ଏବଂ ପରିବାର ଲୋକଙ୍କ ସହଯୋଗରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ