ସତସଙ୍ଗ ଭବନର ପ୍ରଥମ ବାର୍ଷିକ ମହୋସ୍ରୋବ

ବ୍ରହ୍ମପୁର (ଯୁଗାବ୍ଦ ନୁୃ୍ୟଜ ) : ସାନଖେମୁଣ୍ଡି ବ୍ଲକ ସ୍ଥିତ ବଡିଆଉସ୍ତା ଶାଖା ଆନୁକୁଲ୍ୟରେ ଦିନିକିଆ ସାଧନା ଦିବସ ନିସ୍ତିପୁର ସତସଙ୍ଗକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରହ୍ମମୁହୁର୍ତ୍ତରେ ଜପଧ୍ୟାନ , ,ଜୟଗଣେଷ କିର୍ତ୍ତନ ,ଗୁରୁସ୍ତୋତ୍ର, ଶ୍ରୀଗୁରୁ ପାଦ ପୁଜା. ସାଧନା ପୂର୍ବକ ଗୁରୁବାଣୀ ପ୍ରଚାର କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଶିବାନନ୍ଦ ଙ୍କ ବାଣୀ କହିବା ସହ ଜୀବନରେ ପରିବର୍ତ୍ତନ ହେବା ମୁଳ ଲକ୍ଷ୍ୟ ବୋଲି ଆଲୋଚନା ହୋଇଥିଲା । ଏହି ସତସଙ୍ଗ ବାର୍ଷିକ ଉସ୍ରବରେ ମୁଖ୍ୟ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣା ନନ୍ଦ ସରସ୍ୱତୀ ଯୋଗ ଦାନ କରିବା ସହ ଶିବାନନ୍ଦ ବାଣୀ , ଚିଦାନନ୍ଦବାଣୀ ,ଓ ଶ୍ରୀରାମ କଥା , ଗୁରୁ ଭଉଣୀ ମାନଙ୍କୁ ଆଶ୍ରୀ ବଚନ କରିଥିଲେ । ସମାଜରେ ଯେତେ ବାଧାବିଘ୍ନ ଆସିଲେ ବି ତାହା ସହଜରେ ସମାଧାନ ହୋଇପାରିବ ବୋଲି କହିଥିଲେ । ଏହି କାଯ୍ୟଁକ୍ରମରେ ଦକ୍ଷିଣାଞ୍ଚଳ ସମନ୍ୱିୟ ସମିିତିର ସଂପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ସମେତ ବହୁ ଗୁରୁଭାଇ ଓ ଭଉଣୀ ଯୋଗ ଦାନ କରିଥିଲେ । ପରିଶେଷରେ ସଂଘ ଶାଖାର ସଭାପତି ସ୍ୱାମୀ ରାମଦାସଜୀ (ଶ୍ରୀକାନ୍ତ ଆଚାର୍ଯ୍ୟ ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ