ସତ୍ୟଜିତ ବେହେରା କୋଣାର୍କ ଏନଏସି ଛାତ୍ର ବିଜେଡ଼ି ସଭାପତି
କୋଣାର୍କ, (ଗଣେଷ ବେହେରା):ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ କୋଣାର୍କ ଏନଏସି ଛାତ୍ର ବିଜେଡ଼ି ସଭାପତି ଭାବେ ସତ୍ଯଜିତ ବେହେରାଙ୍କୁ ମନୋନୀତ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଂଚଳରେ ଛାତ୍ର ସଂଗଠନକୁ ମଜଭୁତ କରିବା ପାଇଁ ଛାତ୍ରନେତା ସତ୍ଯଜିତ ବେହେରା ଙ୍କୁ ନିଯୁକ୍ତି ମିଳିଛି। ଏହି ନିଯୁକ୍ତି ପାଇଁ ଛାତ୍ରନେତା ସତ୍ଯଜିତ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଂଜନ ତ୍ରିପାଠୀ, କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ରାଜ୍ୟ ବିଜେଡି ସଂପାଦକ ସ୍ବାଧୀନ କୁମାର ନାୟକ, କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


