ସତ୍ୟବାଦୀ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଜନ ଆନ୍ଦୋଳନ ର ଜଣେ ଆଗ ଧାଡ଼ିର ସଂଗ୍ରାମୀ, ଦଳିତ ଓ ଆଦିବାସୀ ଆନ୍ଦୋଳ ର ଅନ୍ୟଜଣେ ପୁରୋଧା, ନିୟମଗିରି ଏବଂ ଉଠାଦୋକାନୀ ଆନ୍ଦୋଳନର ଆଗ ଧାଡ଼ିର ନେତା ସତ୍ୟବାଦୀ ନାଏକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଭବାନୀପାଟଣା ସ୍ଥିତ ରାମସଗର ପଡାରେ ପାଳିତ ହୋଇଯାଇଛି । ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗତ ୧୪ ଜୁଲାଇ ରେ ଅକାଳ ବିୟୋଗ ହୋଇଥିଲା । ସେ ଜଣେ ମିଷ୍ଟ ଭାଷୀ ପରୋପ-କାରୀ, ସମବାୟ ପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ କଳାହାଣ୍ଡି ଜିଲ୍ଲାରେ ପରିଚିତ ଥିଲେ । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସାମିଲ ହୋଇ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରାଥନା ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀକାନ୍ତ ମିଶ୍ର, ସାମ୍ବାଦିକ ଅଜିତ ସିଂ, ବିକାଶ ଷଡଙ୍ଗୀ, ଚିତ୍ତରଞ୍ଜନ ବିଶି, ଲକ୍ଷ୍ୟଜ୍ୟୋତି ଜାଲ, ସନ୍ଦୀପ ବେହେରା, ଏମ୍ବସ, ରାଜ୍ୟ ପ୍ରଭାରୀ ଛବିଲାଲ ନିଆଲ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ, ସତ୍ୟମହାର, ସୁରେଶ ସଂଗ୍ରାମ ଗୋଲାମୁଣ୍ଡା ବ୍ଲକ ଅଧ୍ଯଷ ବିନ୍ଦୁ ମହାନନ୍ଦ, ଯୁବ ବିଜେଡିର ଅଭିନାଶ ଠାକୁର, ମଣ୍ଡୁ ନାଏକ, ମନୀନ୍ଦ୍ର ମହାନ୍ତି, ଗିରିଶ ନାଏକ, ତ୍ରିଲୋଚନ କୁମାର, ବିଭିଶଣ ନାଏକ, ଯୁବ କଂଗ୍ରେସର ତ୍ରିଲୋଚନ ପାଣିଗ୍ରାହୀ, ମହମ୍ମଦ ସାହେବ, ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରେ ବରିଷ୍ଠ ବିଜେପି ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲୋକୋଶକ୍ତି ଅଭିଯାନର ପ୍ରଫୁଲ୍ଲ ସମନ୍ତରା, ସମାଜସେବୀ ଦିଲ୍ଲୀପ ଦାସ, ଲେଲିନ କୁମାର, ହେମନ୍ତ ଦଳପତି ପ୍ରମୁଖ ଟ୍ୟୁଟର ମଧ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।