ସତ୍ୟସାଇ ବାବାଙ୍କର ୯୪ତମ ଜୟନ୍ତୀ ପାଳନ ଉତ୍ସବ

ଯାଜପୁର : ଏ ସୃଷ୍ଟିର ମଙ୍ଗଳ ପାଇଁ ଏବଂ ଧର୍ମ ପ୍ରତିଷ୍ଠା କରିବା ପାଇଁ ଯୁଗେ ଯୁଗେ ଭଗବାନ ନିଜେ ଏବଂ ସମୟେ ସମୟେରେ ଅଂଶ ଅବତାର ସଦ୍‌ଗୁରୁମାନେ ଅବତାର ଗ୍ରହଣ କରନ୍ତି । ୧୯୨୬ ମସିହା ନଭେମ୍ବର ୨୩ ତାରିଖରେ ଭଗବାନ ଶ୍ରୀ ସତ୍ୟସାଇ ବାବା ପ୍ରେମ ଏବଂ ସେବାର ସ୍ୱରୁପରେ ଅବତାର ଗ୍ରହଣ କରିଥିଲେ । ସ୍ଥାନୀୟ ଯାଜପୁର ଟାଉନ୍ ସମିତି ତରଫରୁ ସତ୍ୟସାଇ ବାବାଙ୍କର ୯୪ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଅଛି । ଉକ୍ତ ଉତ୍ସବରେ ସକାଳ ୫ଟାରେ ସାଇ ମନ୍ଦିରଠାରୁ ଓଁକାରଂ, ନଗର ସଂକୀର୍ତନ ଓ ୮ଘଟିକା ସମୟରେ ପ୍ରଶାନ୍ତିଧ୍ୱଜା ଉତୋଳନ ହୋଇ ଦିନ ୧୦.୩୦ରେ ମନ୍ଦିର ପ୍ରାଗଂଣରେ ବେଦ (ରୁଦ୍ରମ୍‌) ଆବୃତି ହେବାପରେ ସମୁହ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିରଜା ମନ୍ଦିର ନିକଟରେ ଉପସ୍ଥିତଥିବା ନାରାୟଣମାନଙ୍କୁ ପ୍ରସାଦ ସେବା ଓ ପରେ ୨୧ଜଣ ନାରାୟଣଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ନୁଆଗାଁ ସ୍ଥିତ ମନ୍ଦିରରେ ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା । ଅଧିକନ୍ତୁ ଯାଜପୁର ଜେଲର ୨୮୯ଜଣ ଅନ୍ତେବାସୀଙ୍କୁ ଲଡୁ ପ୍ରସାଦ ଓ ସତ୍ୟସାଇ ବାବାଙ୍କର ଫଟୋ ଦିଆଗଲା ପରେ ସ୍ଥାନୀୟ ଉତ୍କଳ ବାଳାଶ୍ରମର ଅନ୍ତେବାସୀମାନଙ୍କ ମଧ୍ୟରେ ଲଡୁ ବଣ୍ଟନ କରାଯାଇ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିବା ଆଠ ଜଣ ପୋଷ୍ୟ ପିଲାଙ୍କୁ ପୋଷାକ ପ୍ରଦାନ କରାଯାଇଥିଲା । ଗଣେଶ୍ୱରପୁର ସ୍କୁଲରେ ଗୁରୁ ଲକ୍ଷ୍ମୀନାରାୟଣ ରାଉତ୍ ଓ କୁଳମଣି ନାୟକଙ୍କ ଦ୍ୱାରା ସ୍କୁଲ ବାଳବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ମିଷ୍ଟାନ୍ନ ବଣ୍ଟନ କାରଯାଇଥିଲା । ସନ୍ଧ୍ୟା ୫ ଘଟିକାରୁ ଦ୍ୱୀପ ପ୍ରଜ୍ୱଳନ, ଭଜନ ଓ ସତ୍‌ସଙ୍ଗ କରାଯାଇ ସର୍ବଶେଷରେ ବାବାଙ୍କର ଜନ୍ମଦିନ ଉଦ୍ଦେଶ୍ୟରେ ଏକ କେକ୍ କଟାଯାଇ ପିଲାମାନଙ୍କୁ ବଣ୍ଟନ ହୋଇଥିଲା । ଶେଷରେ ଆତସବାଜ ଫୁଟାଯାଇ କାର୍ଯ୍ୟକ୍ରମର ଉଦ୍‌ଯାପନ କରାଯାଇଥିଲା । ଏହି ପବିତ୍ର ଉତ୍ସବ ସମିତିର ଆବାହକ ବିମ୍ବାଧର ଧଳଙ୍କ ତତ୍ୱାବଧାନରେ ଆୟୋଜକ ହୋଇଥିଲା । ଉକ୍ତ ଉତ୍ସବକୁ ବରିଷ୍ଠ ସଭ୍ୟ ଶ୍ରୀବିରଜା ପ୍ରସାଦ ବସୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ସାହୁ, ସହକାରୀ ଜିଲ୍ଲାପାଳ କୁଳମଣି ନାଏକ, ଇନ୍ଦ୍ରନୀଳ ବସୁ, ତରୁଣ କୁମାର ସାହୁ, ବଳରାମ ସାମଲ, ଜଗନ୍ନାଥ ବେହେରା, ଗୁରୁଚରଣ ମହାରଣା ଓ ଅଭିମନ୍ୟୁ ମହାଳିକ, ସୁନିଲ କୁମାର ମହାନ୍ତି, ଗୌତମ ନାୟକ, କିଶୋର କୁମାର ସାହୁ ଏବଂ ଅନ୍ୟ ସାଇ ଭକ୍ତ ଓ ସଭ୍ୟମାନେ ଇତ୍ୟାଦି ପରିଚାଳନା କରିଥିଲେ । ସହରର ଅନେକ ସାଇଭକ୍ତ ଜନସାଧାରଣ, ପଦସ୍ଥ ଅଧିକାରୀ ତଥା ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଯୋଜକ, ଉପଜିଲ୍ଲାପାଳ ଓ ଜିଲ୍ଲା ଦୌରାଜଜ୍ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ବିଭୁକୃପା ଲାଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ