ସତ୍ୟସାଇ ମନ୍ଦିରରେ ମାତା ଇଶ୍ୱରାମ୍ମାଙ୍କ ଦିବସ ପାଳନ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସତ୍ୟସାଇ ମନ୍ଦିରରେ ଶ୍ରୀ ସତ୍ୟସାଇ ବାବାଙ୍କ ମାତା ପରମ ପୂଜନୀୟା ଇଶ୍ୱରମ୍ମାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏଥିନିମନ୍ତେ ସାଇ ମନ୍ଦିର ପରିସରରେ ପ୍ରତ୍ୟୁସରୁ ନଗର ସଂକୀର୍ତ୍ତନ ଓ ପତାକା ଉତ୍ତୋଳନ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସକାଳ ୮ଟାରେ ଷୋଡଶ ଉପଚାରରେ ପୂଜା, ହୋମ ଏବଂ ମା’ମାନଙ୍କର ମାତୃପୂଜନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସଂଗଠନର ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆବାହକ ନୃସିଂହ ଚରଣ ତ୍ରିପାଠୀ ସହଯୋଗ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ, ବାସୁଦେବ ଦାସ, ପ୍ରାଧ୍ୟାପକ ହିମାଂଶୁ ଶେଖର ପରିଡା, ପ୍ରାଧ୍ୟାପକ ଆଲୋକ କୁମାର ରାୟ ପ୍ରମୁଖ ମାତୃ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାଇ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ