ସତ୍ୟସାଇ ସଂଗଠନ ପକ୍ଷରୁ ସେବା ଶିବିର
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁରସ୍ଥିତ ରଙ୍କନିଧି ଦୃଷ୍ଟିହୀନ ମୁକ ବଧିର ବିଦ୍ୟାଳୟ ପରିସରରେ ବରପଦାସ୍ଥିତ କପାସିଆ ସାଇ ସଂଗଠନ ପକ୍ଷରୁ ଏକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇ ସଙ୍ଗଠନ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାଣୀ ଚିକିତ୍ସାଧିକାରୀ ନିରାକର ଜେନାଙ୍କ ତରଫରୁ ୭୭ ଜଣ ଛାତ୍ରଛାତ୍ରୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଅନାଦି ଚରଣ ଦାସ, ସଭାପତି ଗୟାଧର ସେଠୀ, ଭରତ ଚନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ କାଜୋଲିନ ନାୟକ, ଖଗେଶ୍ୱର ମଣ୍ଡଳ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।