ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସମ୍ମିଳନି ବାଲିଗୁଡା ସ୍ଥିତ ସତ୍ୟସାଇ ସେବା ସମିତିର ପିସରରେ ଅନୁଷ୍ଠିତ ହୋଇଯ।।ଇଛି ।ପ୍ରତଃରୁ ଓଁକାର ସୁପ୍ରଭାତମ, ନଗର ପରିକ୍ରମା କରିବା ପରେ ଦିବ୍ୟ ପଶାନ୍ତି ପତାକା ଉତୋଳନ ଓ ପୁଜା କରାଯାଇଥିଲା । ଜିଲ୍ଲାର ଅଣୁ କୋଣରୁ ସାଇ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମାଗମ ଆରମ୍ଭରୁ ନାମପଂଜିକରଣ କରିବା ପରେ ଭଜନ,ଜ୍ୟୋତିଆବାହନ,ବେଦପାଠ,ସ୍ୱାମୀଙ୍କ ଦିବ୍ୟ ଉପସ୍ଥିତି ନିମନ୍ତେ ଏକ ମିନଟ ନୀରବ ପ୍ରତାନା କରାଯାଇଥିଲା ସ୍ୱାଗତ ଭାଷଣ ମନ୍ମଥ କୁମାର ରାଉଳ ଦେଇଥିବା ବେଳେ ଉଦଘାଟନୀ ଭାଷଣ ଜିଲ୍ଲା ସଭାପତି ଡଃ ମଧୁସୁଦନ ମହାପାତ୍ର ଦେଇଥିଲେ ,ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀସତ୍ୟସାଇ ସେବା ସଂଗଠର; ମାନବ ସମାଜ ନିମନ୍ତେ ଏକ ଦିବ୍ୟ ଉପହାର ବୋଲି ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ସରୋଜ ମିଶ୍ର ଆଲୋକପାତ କରିଥିଲେ । ବାବାଙ୍କ ବାଣି ଓ ସଂଗଠନର ଭୁମିକାକୁ ନେଇ ଆଲୋଚନା କରାଯାଇଚି ।ଏହାପରେ ସଂଗଠନର ସମସ୍ତ ବିଭାଗର ଓ ଦଳଗତ ଆଲୋଚନା କରିଥିଲେ । ଉଦଯାପନି ଭାଷଣ ରାଜେନ୍ଦ୍ର ପାଳ ଦେଇଥିଲେ ।ସେଷରେ ସର୍ବଧର୍ମ ପ୍ରଥାନା ସହ ମଙ୍ଗଳ ଆରତି କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ସଭାପତି ବିଭିଏନମୁର୍ତି,ଜିଲ୍ଲା କର୍ମକ୍ରତା ସସ୍ମିତା ପଣ୍ଡା,ରାଜେନ୍ଦ୍ର ପାତ୍ର,ଶଙ୍କର ନାରାୟଣ ମହାନ୍ତୀ,ଦିପ୍ତୀ ମଂଜରୀ ପାଣିଗ୍ରାହୀ,ଅସ୍ୱିନୀ ବାଙ୍କବିଜୟ କୁମାର ପ୍ରଧାନ,ହୃଦୟ ରଂଜନ ହୋତା ଲିନା କର ।ଫୁଲବାଣି,ରାଇକି।। ଦାରିଙ୍ଗବାଡି,କୋଟଗଡ,କ.ନୁଆଗାଁ ଆଦି ସମିତି ଓ ଭଜନମଣ୍ଡଳୀରୁ ସାଇଭକ୍ତ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ