ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବିବେକାନନ୍ଦ ଜୟ୍ରନ୍ତୀ ଅବସରରେ ଗଣଦୌଡ
ହାଟଡିହି, (ବିକାଶ ବିଶ୍ୱାଳ):ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଶ୍ରୀ ସତ୍ୟସାଇ ସେବା ସମିତି ମରୈଗାଁ ପକ୍ଷରୁ ‘ରନ ଫର ୟୁନିଟ’ ପାଇଁ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସମିତିର ଆବାହକ ସୁଦାମ ଚରଣ ଜେନା, ଆଦିକନ୍ଦ ସ୍ୱାଇଁ, ବିଶ୍ୱନାଥ ଭୋଳ, ଶଶି ଶେଖର ଦାଶ, ସୁଦର୍ଶନ ଘଡେଇ, ଗଦାଧର ବେହେରା, କିଶୋର କୁମାର ଟୁଡୁ, ପ୍ରଦୀପ କୁମାର ଜେନା, ପ୍ରତାପ କୁମାର ଦାସ, ସନ୍ତୋଷ କୁମାର ଚକ୍ର, ସନିଗ୍ଧାରାଣୀ ଘଡେଇ, ଶାନ୍ତିଲତା ଘୋଷ, ସୁକାନ୍ତି ଗିରିଙ୍କ ସମେତ ୬୦ରୁ ଉର୍ଦ୍ଧ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମରୈଗାଁ ସତ୍ୟସାଇ ପ୍ରାର୍ଥନା ଗୃହରୁ ବାହାରି ମରୈଗାଁ ବଜାର ପରିକ୍ରମ କରିବା ସହିତ ପଶୁଧନ ନିରୀକ୍ଷକ ଓ ଥାନା ଅଧିକାରୀଙ୍କୁ ସଙ୍କଳ୍ପ ପତ୍ର ପ୍ରଦାନ କରିଥିଲେ । ଏହି ସଙ୍କଳ୍ପ ପତ୍ରରେ ମୋର ମାତା ପିତାଙ୍କର ସର୍ବଦା ଯତ୍ନ ନେବି, ଗୋଟିଏ ଜାତି ମାନବ ଜାତି, ଗୋଟିଏ ଧର୍ମ ପ୍ରେମର ଧର୍ମ, ଏକ ଇଶ୍ୱର ସେ ସର୍ବତ୍ର ବିଦ୍ୟମାନକୁ ଆଧାରକରି ମୋ ଜୀବନକୁ ଗଢ଼ିବାକୁ ପ୍ରୟାସ କରିବି, ସମଗ୍ର ମାନବଜାତିକୁ ମୋର ପରିବାର ଭାବି ସାଦରେ କୋଳେଇନେବି ଓ ମୋ ହୃଦୟକୁ ସଂପ୍ରସାରଣ କରିବ, ଭଗବାନଙ୍କ ପାଦପଦ୍ମରେ ହୃଦୟଭରା ପ୍ରାର୍ଥନା, ଏହି ସଂକଳ୍ପକୁ ରୁପାୟନ କରିବାପାଇଁ ଆମକୁ ଶକ୍ତି ଓ ସାମଥ୍ୟ ଦିଅନ୍ତୁ ବୋଲି ସଂକଳ୍ପପତ୍ରକୁ ସମସ୍ତେ ପାଠ କରିଥିଲେ ।


