ସତ୍ୟ ଖବର ପ୍ରକାଶ କଲେ ସାମ୍ବାଦିକତାର ସମ୍ମାନ ଅକ୍ଷୁର୍ଣ୍ଣ ରହେ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ମାନ୍ୟତା ପାଉଥିବା ଗଣମାଧ୍ୟମ ଏବଂ ତହିଁରେ କାର୍ୟ୍ୟ କରୁଥିବା ସାମ୍ବାଦିକମାନେ ସର୍ବଦା ନିରପେକ୍ଷ ରହି ସତ୍ୟ, ଖବର ପ୍ରକାଶ କଲେ ପ୍ରତ୍ୟେକ ସ୍ଥାନର ସେମାନଙ୍କର ସମ୍ମାନ ଓ ମର୍ୟ୍ୟଦା ଅକ୍ଷୁର୍ଣ୍ଣ ପାଇବ । ଅନ୍ଧାରରୁ ଆଲୋକ ଆଡ଼କୁ ଏବଂ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ର ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ସମ୍ବାଦିକମାନେ ଗ୍ରହଣ କରିଥାନ୍ତିବୋଲି ବକ୍ତାମାନେ ମତ ରଖିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ବ୍ୟତିରେକ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଅନ୍ୟ ଯୋଜନାମାନ କରିବା ଦରକାର । ଯାହାଦ୍ୱାରା କର୍ୟ୍ୟରତ ସାମ୍ବାଦିକଟିଏ ତାହାର ପରିବାର ପାଇଁ ସବୁ ଦିଗରେ ସହାୟକ ହୋଇପାରିବ । ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରେ ରଖାଯିବାନେଇ କୁହାଯାଇଛି । ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନର୍ବାଚନ ଅବସରରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ବକ୍ତାମାନେ ଏହା କହିଛନ୍ତି । ଶନିବାର ପୂବାହ୍ନରେ ସ୍ଥାନୀୟ ରେଡ଼କ୍ରସ ଭବନରେ ଅନୁଷ୍ଠିତ ସଂଘ ବୈଠକରେ ବରିଷ୍ଟ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଂଯୋଜନା କରିଥିଲେ । ସର୍ବସମ୍ମନିକ୍ରମେ ସଭାପତି ଭାବେ ସୁଜ୍ଞାନ ଚୌଧୁରୀ, ଉପ-ସଭାପତି ଭାବେ- ଆଶୁତୋଷ ରଥ, ସାଧାରଣ ସମ୍ପାଦକ ଭାବେ – ହୃଷିକେଶ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ – ପବିତ୍ର କୁମାର ପାତ୍ର ଏବଂ କୋଷାଧକ୍ଷ ଭାବେ – ଶ୍ୟାମ ସୁନ୍ଦର ରାଉତ ନିର୍ବାଚିତ ହୋଇଥିଲେ । ସେହିଭଳି କେନ୍ଦ୍ରାଞ୍ଚଳ ସମ୍ପାଦକ ଭାବେ ଲଳୀତ କୁମାର ଦାସ ଏବଂ ଉତ୍ତର ଓଡ଼ିଶା ସମ୍ପାଦକଭାବେ ଚୈତନ୍ୟ ପ୍ରସାଦ ଦାସ ନିର୍ବାଚିତ ହୋଇଥିଲେ । ଏହା ବ୍ୟତିତ ସମଗ୍ର ରାଜ୍ୟରୁ ୨୫ଜଣ କାର୍ୟ୍ୟକାରିଣୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି ।


