ସତ୍ୟ ନଗର ଲେଡିସ ଫୋରମ ପକ୍ଷରୁ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟ ନଗର ଲେଡିସ ଫୋରମ ଓ ଆପୋଲୋ ହସ୍ପିଟାଲ ର ମିଳିତ ଉଦ୍ୟମ ରେ ମହିଳା ଓ ସାଧାରଣ ମାନଙ୍କ ବ୍ୟକ୍ତି ବିଶେଷ ଙ୍କ ପାଇଁ ନିଃଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି. ଏଥିରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ, ବରିଷ୍ଟ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ, ଆପୋଲ ହସ୍ପିଟାଲ ର ବରିଷ୍ଟ ମେଡିସିନ ଚିକିତ୍ସକ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ SCB ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଶାଶ୍ଵତୀ ମିଶ୍ର ଯୋଗ ଦେଇଥିଲେ ସତ୍ୟ ନଗରଲେଡିଜ୍ ଫୋରମ୍ ର ଅଧ୍ୟକ୍ଷା ଅନୁରାଧା ମହାନ୍ତି, କାର୍ଯ୍ୟକ୍ରମ ର ଶୁଭ ଆରମ୍ଭ କରିଥିଲେ. ସଭ୍ୟାଲକ୍ଷ୍ମୀ ପ୍ରିୟା ସାହୁ, ଦେବ ଜ୍ୟୋତି, ସମାଜସେବୀକା ସରୋଜିନୀ ମିଶ୍ର ସହଯୋଗ କରିଥିବା ବେଳେ ବରିଷ୍ଟ ନାଗରିକ ସଂଘ ର ସଭାପତି ବିଷ୍ଣୁ ଚରଣ ମହାନ୍ତି ବଂଶୀଧର ସାହୁ ଶ୍ରୀକାନ୍ତ ମିଶ୍ର ପ୍ରଭୁତି ବରିଷ୍ଟ ନାଗରିକ ସଂଘ ର ସଭ୍ୟ ମାନେ ସହଯୋଗ କରିଥିଲେ . କାର୍ଯ୍ୟକ୍ରମ କୁ ସରୋଜିନୀ ମିଶ୍ର ପରିଚାଳନା କରିଥିଲେ.