ସଦର ନିର୍ବାଚନ ମଣ୍ଡଳୀରେ ବିଜେପିର ସାଂଗଠନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଦର ନିର୍ବାଚନ ମଣ୍ଡଳୀରେ ବିଜେପିର ସାଂଗଠନିକ ବୈଠକ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପୁର୍ବରୁ ପ୍ରଥମେ ଭାରତମାତାଙ୍କ ବନ୍ଦନା ଓ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା । ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ମଞ୍ଚ ଆହ୍ବାନ କରିଥିଲେ । ବୈଠକରେ ଦଳର ଆଗାମୀ ରଣନୀତି, ସାଂଗଠନିକ କାର୍ଯ୍ୟ ଓ ବିଶେଷକରି ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୧୫ ପାଳିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଥିଲେ । ବକ୍ତା ଭାବରେ ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଉପସ୍ଥିତ କର୍ମୀ ଓ ଅଧିକାରୀ ବୃନ୍ଦଙ୍କୁ ଉଜ୍ଜୀବିତ କରିବା ପାଇଁ ଓଜ୍ବସୀ ଭାଷଣ ସହିତ ଆନୁସଙ୍ଗିକ ଉଦାହରଣ ଉପସ୍ଥାପନ କରିଥିଲେ । କ୍ଷେତ୍ରୀୟ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଆଠ ବର୍ଷ ଧରି ସଫଳତାର ସହିତ ଦେଶ ଓ ଗରୀବଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଥିବାରୁ ଅଭିନନ୍ଦନ ଜ୍ଞାପନ କରିଥିଲେ।  ମୁଖ୍ୟବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଥମେ ସାଂଗଠନିକ ବିବରଣୀ ଓ ସଂରଚନା ବିଷୟରେ ତର୍ଜମା କରିଥିଲେ। ଏହାପରେ ଉପସ୍ଥିତ ଉତ୍ତରଦାୟୀ କାର୍ଯ୍ୟକର୍ତ୍ତା ଓ କର୍ମୀବୃନ୍ଦୁଙ୍କୁ ଉଦବୋଧନ ଦେଇ ସାଂଗଠନିକ ତ୍ୟାଗ, ତପସ୍ୟା, ପୁରୁଷାର୍ଥ, ସମର୍ପଣ ବିଷୟରେ ଉଜ୍ଜୀବିତ କରିଥିଲେ । ମୋଦୀଜୀଙ୍କ ଦ୍ଵାରା ଜିଲ୍ଲାରେ ବିଗତ ଆଠ ବର୍ଷରେ ହୋଇଥିବା ଉପଲବ୍ଧି ବିଷୟରେ ସୂଚନା ଦେଇ ଏହାକୁ ସମାଜର ତଳସ୍ତରରେ ଥିବା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ