ସଦର ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭ ଅବସରରେ ଆଜି ବାଲେଶ୍ୱର ସଦର ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଜେପି ପରିବାରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଭୂତପୂର୍ବ ସୈନିକ ଭାଇ ମାନେ ଉପସ୍ଥିତ ଥିଲେ । ଦଳର ମହିଳା ମୋର୍ଚ୍ଚାର ସଦସ୍ୟ ମାନେ ଭୂତପୂର୍ବ ସୈନିକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି, ମିଠା ଖୁଆଇ ଭାରତୀୟ ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ସେମାନଙ୍କର ଆର୍ଶୀବାଦ ଲୋଢିଥିଲେ । ପରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟଙ୍କ ଦ୍ୱାରା ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ସେମାନେ ରକ୍ଷାବନ୍ଧନର ମହତ୍ତ୍ୱପୂର୍ଣ୍ଣ ପରମ୍ପରା, ଭାଇ ଭଉଣୀର ମମତା ସମ୍ପନ୍ନ ସମ୍ବନ୍ଧ ଊପରେ ଆଲୋକପାତ କରିଥିଲେ । ପରେ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ମାନ୍ୟବର ପ୍ରଧାନମନ୍ତ୍ରୀ ମାଆ ଭଉଣୀଙ୍କୁ ରାକ୍ଷୀରେ ଏକ ବଡ ଉପହାର ଦେଇଛନ୍ତି । ରୋଷେଇ ଗ୍ୟାସର ମୂଲ୍ୟ ୨୦୦ ଟଙ୍କା କମ କରିବା ସହ ପିଏମ ଉଜ୍ୱଳା ଯୋଜନାରେ ଅଧିକ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡିବାର ଏକ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ବୈଲୋଚନ ଦାଶ, ଉପେନ୍ଦ୍ର ଶତପଥୀ, ସଚିନ ପାଞ୍ଜା, ରାଜେନ୍ଦ୍ର ଚାଟାର୍ଜୀ, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ସୁକାନ୍ତି ଦେବ ଗୋସ୍ୱାମୀ, ଶ୍ରୀୟା ଦାସ, ମଧୁଶ୍ରୀ ପଣ୍ଡା, ବିଳାସିନୀ ଦାସ, ଝରଣା ଦାସ, ନସିମା ବିବି, ସ୍ୱର୍ଣ୍ଣପ୍ରିୟା ନାଥ, ବିବେକାନନ୍ଦ ରାଉତ, ସଞ୍ଜୀବ ପ୍ରଧାନ, ପ୍ରମୋଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।


