ସଦର ବିଜେପି ପକ୍ଷରୁ ଅନୁଷ୍ଠିତ ହେଲା ମେଗା ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ (ମଙ୍ଗୁ ଭାଇ)ଙ୍କର ଚତୁର୍ଥ ପୂଣ୍ୟତିଥି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଜେପି ସଦର ଶାଖା କାଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦତ୍ତଙ୍କ ସୁପୁତ୍ର ତଥା ନବ ନିର୍ବାଚିତ ସଦର ବିଧାୟକ ମାନସ କୁମାର ଦତ୍ତ ଓ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଏହି ଶିବିରକୁ ଉଦଘାଟନ କରିବା ସହ ସ୍ୱର୍ଗତଃ ମଙ୍ଗୁଭାଇଙ୍କ ସ୍ମୃତିଚାରଣ କରିଥିଲେ । ବିଧାୟକ ଥିବା ସମୟରେ ସେ ବାଲେଶ୍ୱରର ଉନ୍ନତି ପାଇଁ ସଦା ସର୍ବଦା କାର୍ଯ୍ୟରତ ଥିଲେ । ସୁଖରେ କି ଦୁଃଖରେ, ଥାନାରେ ହେଉ କି ଡାକ୍ତରଖାନା, ସେ ସଦା ସର୍ବଦା ଜନସାଧାରଣଙ୍କ ସେବାରେ ନିଜ ଜୀବନକୁ ସମର୍ପିତ କରିଥିଲେ ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ଶିବିରରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ସଦର ବିଧାୟକ ଶ୍ରୀ ଦତ୍ତ କୃତଜ୍ଞତା ଜଣାଇବା ସହ ସ୍ୱର୍ଗତ ବିଧାୟକଙ୍କ ସେବା ମନସ୍କ ଚେତନାକୁ ଉଜ୍ଜୀବିତ ରଖିବା ପାଇଁ ଏବଂ ଉତ୍ତର ପିଢି଼ଙ୍କ ମଧ୍ୟରେ ‘ସେବା ହିଁ ସଂଗଠନ’ର ଜାଗରଣ ଆଣିବା ନିମନ୍ତେ ଏହି ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, ବିଭୂପଦ ଦାସ, ସତ୍ୟଜିତ ମିଶ୍ର, ରୋଜାଲିନ ପାଣି, ନିରୁପମା ଦାଶ, ପ୍ରତିମା ବେହେରା, ସସ୍ମିତା ନାଥ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ଧୀରଜ ମହାନ୍ତି, ବିକାଶ ପାଢ଼ୀ, ପ୍ରବୀର ଶଙ୍କର ଦାଶ, ମନ୍ମୟ ଦାସ, ସୌଭଗ୍ୟ ପବନ କମିଳା, ସୌଭଗ୍ୟ ମାନସ ନାୟକ, ଜଳେନ୍ଦ୍ର ସେଠି, ମନୋରଞ୍ଜନ ନନ୍ଦି, ଶ୍ରୀୟା ଦାସ, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ପ୍ରତାପ ପ୍ରଧାନ ପ୍ରମୁଖ ଏହି ଶିବିରରେ ଉପସ୍ଥିତି ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟ ପ୍ରତି ଯୁବଗୋଷ୍ଠୀ ସର୍ବଦା ଆଗ୍ରହୀ ହେବାକୁ କହିଥିଲେ । ସଦର ବିଜେପିର ବହୁ ଯୁବକର୍ମୀ ଏହି ଶିବିରରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ରକ୍ତଦାନ ଶିବିରରେ ସର୍ବମୋଟ ୧୩୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି।