ସଦର ବ୍ଲକ୍ରେ ବାଲେଶ୍ୱର ବିଧାୟକଙ୍କ ପରିଦର୍ଶନ ଅବ୍ୟବସ୍ଥା ଏବଂ ମନମୁଖୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ: ବିଧାୟକ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରୁ ନବ ନିର୍ବାଚିତ ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ(ମଙ୍ଗୁ ଭାଇ) ଆଜି ବାଲେଶ୍ୱର ସଦର ବ୍ଲକକୁ ସୈଜନ୍ୟ ମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସର୍ମ୍ପକରେ ସମୀକ୍ଷା କରିଥିଲେ । ସାଧାରଣ ଗରିବ ଲୋକଙ୍କ ସମସ୍ୟା ଏବଂ ନିରପେକ୍ଷ ଭାବେ ସମସ୍ତ ଜନସାଧାରନଙ୍କୁ ବ୍ଲକରୁ ସାହାର୍ଯ୍ୟ ମିଳିବା ନେଇ ଧ୍ୟ୍ୟାନ ଦେବା ପାଇଁ ଶ୍ରୀ ଦତ୍ତ ବ୍ଲକର ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । ପ୍ରଥମେ ସଦର ବିଡିଓ ଶ୍ରୀ ଶଙ୍କର୍ଷଣ ବେହେରା ନବନିର୍ବାଚିତ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନ କରିଥିଲେ ତତ୍ସହିତ ସୋ÷÷ଜନ୍ୟତା ଦୃଷ୍ଟି କୋଣରୁ ବ୍ଲକରେ କାମକରୁଥିବା ସରକାରୀ ଅଧିକାରୀ ମାନଙ୍କ ସହ ବିଧାୟକ ଶ୍ରୀ ଦତ୍ତଙ୍କୁ ପ୍ରରିଚୟ କାରଇଥିଲେ । ଏହା ପରେ ଶ୍ରୀ ଦତ୍ତ ବ୍ଲକ୍ ଉନ୍ନୟନ ଫାଣ୍ଠି, ଭତ୍ତା, ତିତଲି ପାଣ୍ଠିର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଥିଲେ । ଅଧିକାଂଶ ବିଭାଗର କାମ ଅଧାପାତ୍ତିଆରେ ପଡିରହିଥିବା ସ୍ଥଲେ ବିଭିନ୍ନ କାର୍ଯ୍ୟର କାର୍ଯ୍ୟାଦେଷ ବଣ୍ଟନ ହୋଇଥିବା ବେଲେ ଅଭିପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ନ ହେବାକୁ ନେଇ ବିଧାୟକ ଶ୍ରୀ ଦତ୍ତ ତ୍ରୀବ ଅସନ୍ତୋଷ ପ୍ରକାଶ କରିଥିଲେ । ମାତ୍ରାଧିକ ଭତ୍ତାରେ ଭୂତ କାର୍ଡ ଓ ମରିଯାଇଥିବା ଲୋକଙ୍କ ନାମରେ ଭତ୍ତା ବଣ୍ଟନକୁ ନେଇ ମଧ୍ୟ ଶ୍ରୀ ଦତ୍ତ ବିଗିଡି ଥିବା ବେଲେ ନିଷ୍ଟା ଏବଂ ନ୍ୟାୟର ସହ କାମ କରିବାକୁ ଅଧିକାରୀଙ୍କୁ ପରାର୍ମଶ ପ୍ରଦାନ କରିଥିଲେ । ବିଧାନ ସଭା ସତ୍ତ ପରେ ଆଉଥରେ ବ୍ୟବସ୍ଥିତ ଢଙ୍ଗରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରାଯିବ ବୋଲି ଶ୍ରି ଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜେପି ସଭାପତି ତଥା ସମିତି ସଭ୍ୟ ରବିନାରାୟଣ ବେହେରା, ଗୈାରାଙ୍ଗ ଦାସ, ଅନନ୍ତ ନାୟକ, ଜିଲ୍ଲାପରିଷଦ ସଭ୍ୟ କୁନୁ ପଣ୍ଡା ସମେତ ବହୁ ସରପଞ୍ଚ ସମିତି ସଭ୍ୟ ମାନ ଉପସ୍ଥିତ ଥିଲେ ।