ସଦର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା : ଦୁଇ ବର୍ଗରୁ ପ୍ରଦର୍ଶିତ ୭୫ଟି ପ୍ରକଳ୍ପ

ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଶିକ୍ଷାକୁ ଅଧିକ ସହଜ କରିବାରେ ଏହି ମେଳା ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ସଦର ଗୋଷ୍ଠୀ ଶିକ୍ଷାଧିକାରୀ ମିହର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ବିଡିଓ ନରେନ୍ଦ୍ର ଖମାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଆରସିସି ରାମଚନ୍ଦ୍ର ବେହେରା, ଏବିଇଓ ରେଣୁବାଳା ଦାସ, ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଣି ସାହୁ, ବ୍ଲକ ବିଜ୍ଞାନ ସଂଯୋଜକ କୌସିକ କୁମାର ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ୟବହାର ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ହରିପଦ ସାହୁ ଅତିଥିଙ୍କୁ ମଞ୍ଚ ଅମନ୍ତ୍ରଣ କରିଥିବା ବେଳେ ରଶ୍ମିଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ଏହାର ବୈଶିଷ୍ଟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ଏଥିରେ ସଦର ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଜୁନିୟର ବର୍ଗରୁ ୪୦ ଗୋଟି ଓ ସିନିୟର ବର୍ଗରୁ ୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ଦାସ, ଗୋପାଳ ଶିଅଳ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ । ସଦର ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ