‘ସହାୟକ’ର ଦୁଇ ପ୍ରତିଷ୍ଠାତା ସଭ୍ୟଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ପକ୍ଷରୁ ମାସିକିଆ ବୈଠକ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ବିବରଣୀ ପାଠ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟ ଉପସ୍ଥାପନ କରିଥିଲେ । ବରିଷ୍ଠ ଉପଦେଷ୍ଟା ତଥା ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଧୀରେନ୍ଦ୍ର ନାରାୟଣ ଦାସଙ୍କ ଦ୍ୱାରା ‘ସହାୟକ’ର ଦୁଇଜଣ ପ୍ରତିଷ୍ଠାତା ସଦସ୍ୟ ଇଂ. ବନମାଳି ନାୟକ ଓ ଦିବାକର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପ୍ରଣିତା ମିଶ୍ର ମାନପତ୍ର ପ୍ରାଦନ ଓ ପ୍ରତିମା ପଣ୍ଡା ପାଠ କରିଥିଲେ । ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ କୁମାର ଦାସ, ଦୀନବନ୍ଧୁ ଲେଙ୍କା, ଶ୍ୟାମସୁନ୍ଦର ଜେନା, ଅଖିଳ କୁମାର ଦାସ, ଗୁଣାକର ଦେ, ବସନ୍ତଲତା ପଟ୍ଟନାୟକ, ଅରୁଣା ରାୟ, ପ୍ରତିମା ପଣ୍ଡା, ଶଚ୍ଚୀନ୍ଦ୍ର ଦାସ, ବୀରେନ୍ଦ୍ର ନାରୟଣ ପ୍ରହରାଜ, ସୁଦର୍ଶନ ଦାସ ପ୍ରମୁଖ ଏଥିରେ ଯୋଗଦେଇ ସହାୟକର ସମାଜସେବା ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ୨୦୦୬ ମସିହାରୁ ଗଢ଼ି ଉଠିଥିବା ସହାୟକ ସଂସ୍ଥା ଏହି ତିନିଜଣଙ୍କର ପ୍ରଚେଷ୍ଟାରେ ସମ୍ଭବ ହୋଇଥିଲା ବୋଲି ସେମାନେ ବକ୍ତବ୍ୟରେ କହିଥିଲେ । ପ୍ରତିଷ୍ଠାତା ସଭ୍ୟମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ବୈଠକରେ ଇଂ. ଶ୍ରୀରାମପ୍ରସାଦ ଦାସ, ଡା. ତାରାକାନ୍ତ ନନ୍ଦ, ପୁଷ୍ପଲତା ମହାନ୍ତି, ଇଂ. ଶିବ ପ୍ରସାଦ ବେହେରା, ସୁରେନ୍ଦ୍ର ପ୍ରସାଦ ଧଳ, କାମିନୀକାନ୍ତ ପାଢ଼ୀ, ଇଂ. ଗୌରାଙ୍ଗ ସାହୁ, ଗଙ୍ଗାଧର ପୁଷ୍ଟି, ନିରଞ୍ଜନ ପଣ୍ଡା, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ରବିନାରାୟଣ ଭୋଳ, ବେଣୁଧର ସାହୁ, ଗୋପାଳ ଜେନା, ଭବେଶ ଚନ୍ଦ୍ର ପଣ୍ଡା, ସେଖ ଆଲାଉଦ୍ଦିନ୍‌, ଲକ୍ଷ୍ମୀପ୍ରିୟା ଜେନା, ମୁକେଶ ରଞ୍ଜନ ମହାପାତ୍ର, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ମାଝୀ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାବିତ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ