ସଦାବାଜି ତୋଟା ଠାରେ ଦ୍ୱାଦଶ ଭାଗବତ ଗାଦି ମେଳଣ ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକା ର ମାଧବ ନିକଟସ୍ଥ ସଦାବାଜି ତୋଟା ଠାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଦ୍ୱାଦଶ ଭାଗବତ ଗାଦି ମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ମାଧବ (ଥାନପତି), ତଇଲା, ଜାହାଙ୍ଗୀରପୁର, ନାଗେଶ୍ଵର ବନମାଳୀପୁର(୧+୨) ଚନ୍ଦ୍ରମଉଳି, ପ୍ରଧାନସାହି, ବାସୁଦେଇପୁର, ତେଲିପାଟଣା, ମଥୁରିଡିହ, ବଳଭଦ୍ରପୁର ପ୍ରଭୃତି ଗ୍ରାମ ମାନ ଙ୍କରୁ ଠାକୁର ମାନେ ସ୍ୱ ସ୍ୱ ସୁସଜ୍ଜିତ ବିମାନ ରେ ଆସି ତୋଟା ଠାରେ ପହଞ୍ଚିବା ପରେ ସେମାନଙ୍କୁ ମେଳଣ କମିଟି ସ୍ବାଗତ ଜଣାଇବା ସହ ନିଜ ନିଜ ମଣ୍ଡପ ରେ ବସାଇଥିଲେ।ଠାକୁର ମାନଙ୍କ ନିକଟରେ ଭାଗବତ ପାଠ କରାଯାଇଥିଲା । ଏହି ଅବସରରେ ତୋଟା ଠାରେ ମେଳା ବସିଥିଲା ଓ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଦେଖିବାକୁ ଓ ଠାକୁର ମାନଙ୍କୁ ଦର୍ଶନ କରିବାକୁ ତୋଟା ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିଲl । ଏଥିସହିତ କାକଟପୁର, ମାଧବ ପ୍ରଧାନସାହି, ସମେଶ୍ୱର,ଅମରେଶ୍ୱର , ବିଶିମାତ୍ରି ପ୍ରଭୁତି ସ୍ଥାନ ରେ ଥିବା ମହାବୀର ହନୁମାନ ଙ୍କ ମନ୍ଦିର ରେ ଭକ୍ତ ମାନେ ଠାକୁର ମାନଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା  କରିଥିଲେ। ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ