ସାନଖେମୁଣ୍ଡି କଂଗ୍ରେସ ର ଭିକ୍ଷୋଭ ଓ ପ୍ରତିବାଦ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ପେଟ୍ରୋଲ ଓ ଡିଜେଲ ଓ ଗ୍ୟାସ ର ବୃଦ୍ଧି ପ୍ରତିବାଦରେ ବିଭନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଥିଲା । ସକାଳ ୭ଟାରୁ ଦିନ ଗୋଟାଏ ଅର୍ଥାତ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପାଟପୁର କଲେଜରୁ ବିରାଟ ସାଇକଲ ରାଳିରେ ବାହାରି ଦୋକାନ ବଜାର ବନ୍ଦ କରି ଗାନ୍ଧୀ ଛକ ରେ ପହଂଚି ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପାଞ୍ଜଳି ଦେଇ ସନଖେମୁଣ୍ଡି ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରିଥିଲେ ବ୍ଲକ୍ ସମ୍ମୁଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବମାଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ | ଦରଦାମ ତୁରନ୍ତ କମାଇବା ପାଇଁ ଦାବୀ କରିଥିଲେ କଂଗ୍ରେସର ବନ୍ଦ ଡାକରା କୁ ସମର୍ଥନ ଜଣାଇ ଯାନବାହାନ ଚଳାଚଳ ବନ୍ଦଥିଲା | ଏହି ରାଲିରେ କଂଗ୍ରେସର ବରିଷ୍ଠ ନେତା ଅରବିନ୍ଦ ନାୟକ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲଷ୍ମୀ ଚରଣ ପାତ୍ର ସରପଞ୍ଚ ରୋହିତ ଖୁଣ୍ଟିଆ ମୁକନ୍ଦ ବରାଡ଼ ନିରାକାର ପ୍ରଧାନ ଦୁର୍ଗାପ୍ରସାଦ ପାଢ଼ୀ ସୁଶାନ୍ତ ସ୍ୱାଇଁ ସୀମାଞ୍ଚଳ ଗୌଡ଼ ବାବୁଲା ଦୋରା ଆଲୋକ ପ୍ରଧାନ ଚିନ୍ମୟ ହୋତା ସୁବାଷ ପଟନାୟକ ରାମଚନ୍ଦ୍ର ପ୍ରଧାନ ଜି ସାଇରାମ ବାଲ୍ମୀକି ପ୍ରଧାନ ପୀତବାସ ଜେନା ସାଧୁ ନାହାକ ବାବୁ ପାଢ଼ୀ ଙ୍କ ସମେତ ବହୁ କର୍ମୀମାନେ ଏହି ରାଲିରେ ସାମିଲ ହୋଇଥିଲେ ସନଖେମୁଣ୍ଡି ବ୍ଲକ୍ ର ପୋଡ଼ାମାରି,ଡେଙ୍ଗାଉସ୍ତତା,କଙ୍କରୋଡା ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।


