ସନଖେମୁଣ୍ଡି ବଣିକ ସଙ୍ଘ ପକ୍ଷ ରୁ ବନ୍ଦ ପାଳନ

ସନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡିବ୍ୟବସାୟ ସଂଘ ପକ୍ଷରୁ ଜିଏସ୍ ଟି ସରଳୀକରଣ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଜଣାପଡିଛି । ସର୍ବଭାରତୀ ବ୍ୟବସାୟୀ ମହାସଂଘ (ସିଏ ଆଇ ଟି)ର ଡାକରା କ୍ରମେ ଆଜି ସକାଳୁ ସାନଖେମୁଣ୍ଡି ଅଞ୍ଚଳରେ କୋଙ୍କର ଡା ଡେଙ୍ଗାଉସ୍ତସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏହି ବନ୍ଦ ପାଳନକୁ ଆଖପାଖ ବ୍ୟବସାୟ ସଂଘ ସମର୍ଥନ ଜଣାଇଛନ୍ତି । , ଦେଶରେ ବ୍ୟବହୃତ ଦ୍ରବ୍ୟ ଓ ସେବା କର ଜିଏସଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀ ସଙ୍ଘ ପକ୍ଷରୁ ଭାରତ ବନ୍ଦ ପାଳନଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ସମେତ ଅନ୍ୟାନ୍ୟ ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଥିଲା । ଜିଏସଟି ଆଇନ ବ୍ୟବସ୍ଥାରେ ବ୍ୟାପକ ଜଟିଳତା ଯୋଗୁଁ ଛୋଟ ଓ ବଡ଼ ବ୍ୟବସାୟୀ ମାନେ ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଲାଣି ବୋଲି ସ୍ଥାନୀୟ ବ୍ୟବସାୟୀ ସଙ୍ଘର ସଭାପତି ପ୍ରଦୀପ କୁମାର ପାଢୀ ଏବଂସମ୍ପାଦକ ଡ଼ି ଜଗନ୍ନାଥ ଆଚାରି ସୂଚନା ଦେଇଛନ୍ତି । ଜିଏସଟି ଆଇନ ବାରମ୍ବାର ସଂଶୋଧନ କରିବା ଫଳରେ କ୍ଷତିରେ ପଡୁଛନ୍ତି ପୂର୍ବରୁ ଓଡ଼ିଶା ବ୍ୟବସାୟୀ ସଙ୍ଘର କାର୍ଯ୍ୟକର୍ତ୍ତା କିମ୍ବା ସର୍ବ ଭାରତୀୟ ବ୍ୟବସାୟୀ ସଙ୍ଘର ପ୍ରତିନିଧି ମାନଙ୍କ ମତାମତ ଲୋଡା ନଯାଇ ସଂଶୋଧନ ଏକତରଫା କରାଯାଇଥିବା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିବା ବ୍ୟବସାୟୀ ସଙ୍ଘ କାର୍ଯ୍ୟକର୍ତ୍ତା ଡ଼ି ନାଗେଶ୍ୱର ଆଚାରି ସୁରେନ୍ଦ୍ର ଦଳେଇ ବିଶ୍ୱନାଥ ସେନାପତି କାଳିଆ ଆଚାରୀ ଚନ୍ଦନ ପଟନାୟକ ଜଗନ୍ନାଥ ସୁବୁଦ୍ଧି ରାମଚନ୍ଦ୍ର ପାଣିଗ୍ରାହୀ ଗୋପୀନାଥ ସୁବୁଦ୍ଧି ସରୋଜକାନ୍ତ ସୁବୁଦ୍ଧି ପ୍ରମୁଖ ଜଣାଇଛନ୍ତି ବିକ୍ରେତା ବ୍ୟବସାୟୀ ସଂଘ ଏବଂ ସାଧାରଣ ଜନତା ଅକୁଣ୍ଠ ସମର୍ଥନ ଜଣାଇଥିଲେ। ଏଣୁ ସଙ୍ଘପକ୍ଷ ରୁ ଅଂଚଳ ବାସୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ