ସନାତନି ଧର୍ମର ପ୍ରଚାର ପାଇଁ ବାର ହଜାର କିଲୋମିଟର ପଦଯାତ୍ରା କଲେନି ନର୍ମଦାନନ୍ଦ ବ୍ରହ୍ମଚାରି

ଗଞ୍ଜାମ, (ବିନୋଦ ପଲାଇ):ସନାତନ ଧର୍ମର ପ୍ରଚାର ଓ ଶକ୍ତିପୀଠ ଦର୍ଶନ ପାଇଁ ଦୁଇ ବର୍ଷ ମଧ୍ୟରେ ବାର ହଜାର କିଲୋମିଟର ପଦ ଯାତ୍ରା କରି ନର୍ମଦା ନନ୍ଦ(୭୧) ପହଞ୍ଚିଛନ୍ତି ଗଞ୍ଜାମ ସହରରେ l ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି l ମଧ୍ୟ ପ୍ରଦେଶର ରିବାରାମ କ୍ରିଷ୍ଣା କୁଟୀରରୀ ରହୁଥିବା ନର୍ମଦାନନ୍ଦ ମଧ୍ୟ ପ୍ରଦେଶରୁ ଅମର କଣ୍ଟାଳ ରୁ ପଦ ଯାତ୍ରାରେ ବାହାରିଥିଲେ l ସାରାଭାରତରେ ୪୨ ଟି ଶକ୍ତିପୀଠ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୪ଟି ରାଜ୍ୟର ୩୩ଟି ଶକ୍ତିପୀଠ ଦର୍ଶନ କରିସାରିଛନ୍ତି l ଆମରନାଥର ମହାମୟା, ତ୍ରିପୁରାର ତ୍ରିପୁରେଶ୍ୱରୀ, ଓଡ଼ିଶାର ବିମଳା ପ୍ରମୁଖ ଶକ୍ତି ପୀଠ ଦର୍ଶନ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ଅଢେଇ ବର୍ଷରେ ବାର ହଜାର କିଲୋମିଟର ଚାଲି ଚାଲି ଗଞ୍ଜାମ ସହରରେ ପହଞ୍ଚିଛନ୍ତି l ଆହୁରିଛଅ ହଜାର କିଲୋମିଟର ଚାଲି ଚାଲି ପାଞ୍ଚଟି ରାଜ୍ୟର ଅତିକ୍ରମ କରିବେ l ବିଶ୍ୱରେ ୫୨ଟି ଶକ୍ତି ପୀଠ ଥିବା ବେଳେ ଭାରତରେ ୪୨ଟି ଶକ୍ତି ପୀଠ ରହିଛି l ଗୁରୁଙ୍କ ଆଦେଶରେ ଏହି ପରିଣତ ବୟସରେ ମଧ୍ୟ ଚାଲି ଚାଲି ଯିବା ସ୍ୱତେ ତାଙ୍କର କୌଣସି ଅସୁବିଧା ହୋଇନଥିବା ଓ ଫିଟ ଥିବା ଦେଖା ଯାଇଛି l ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ଭାରତ ସନାତନ ରାଷ୍ଟ ହେଉ, ଶାନ୍ତି ରହୁ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ