ସନ୍ଦେହ ଘେରରେ ନବବଧୁର ଆତ୍ମହତ୍ୟା

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲୁନଗର ଗ୍ରାମର ଜନୈକ ନବବଧୁର ଆତ୍ମହତ୍ୟା ସନ୍ଦେହ ଘେରରେ ଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପ୍ରେତପାଳ ଗ୍ରାମର ତଥା ଗରାପୁର (ଫୁଲବାଗ) ଗ୍ରାମରେ ଘରକରି ରହୁଥିବା ଉମାକାନ୍ତ ବିଶ୍ୱାଳଙ୍କ ଝିଅ ଶତାବ୍ଦି ବିଶ୍ୱାଳ(୨୫) ଗୁଲନଗର ଗ୍ରାମର ବନମାଳି ସାହୁଙ୍କ ପୁଅ ସୁଶାନ୍ତ କୁମାର ସାହୁଙ୍କୁ ପ୍ରାୟ ୮ବର୍ଷ ତଳେ ଭଲପାଇ ବିବାହ କରିଥିଲେ । ଶତାବ୍ଦିଙ୍କ ୬ବର୍ଷର ପୁଅଟିଏ ଅଛି । ଗତ ସୋମବାର ରାତିରେ ଶାଶୁଘରେ ଶୋଇଥିବା ବେଳେ ମଙ୍ଗଳବାର ସକାଳୁ ଶାଶୁଘର ଲୋକ ଶତାବ୍ଦିକୁ ଘର ସେଣୀରେ ରଶିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଶତାବ୍ଦିର ମୃତ୍ୟୁ ହୋଇଯାଇଥିଲା । ଏସମ୍ପର୍କରେ ଗୁଲନଗର ସରପଞ୍ଚ ପୀତବାସ ବେହେରା ସଦର ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଶତାବ୍ଦିଙ୍କ ଶବକୁ ଯବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ପଠାଇଥିଲା । ଶତାବ୍ଦିର ବାପଘର ପକ୍ଷରୁ ଝିଅକୁ ମାରିଦେଇଥିବା ସଦର ଥାନାରେ ଅ ଭିଯୋଗ ହୋଇଛି । ଅନ୍ୟପକ୍ଷରେ ଶାଶୁଘର ପକ୍ଷରୁ ଶତାବ୍ଦି ଆତ୍ମହତ୍ୟା କରିଥିବା ସମ୍ପର୍କରେ ଅଭିଯୋଗ କରାଯାଇଛି । କିନ୍ତୁ ନବବଧୁ ଶତାବ୍ଦିର ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ