ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ?

ସନ୍ଧ୍ୟା ସମୟରେ ଶୋଇଲେ ସ୍ୱାସ୍ଥ୍ୟ ଉପରେ ପଡିଥାଏ ନକାରାତ୍ମକ ପ୍ରଭାବ । କାରଣ ଏହା ଦ୍ୱାରା ଶରୀରର ମେଟାବୋଲିକ ପ୍ରକ୍ରିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ଦିନ ସାରା ସୂର୍ଯ୍ୟ ଥିବାରୁ ଶରୀରର ଆରୋବିକ୍ ତଥା ଆନାଆରୋବିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । କିନ୍ତୁ ସନ୍ଧ୍ୟା ସମୟରେ ଏହି ପ୍ରକ୍ରିୟା ହଠାତ୍ ବାଧା ପାଇଥାଏ । ତେଣୁ ଏହି ସମୟରେ ଶୋଇଲେ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୁଏ । ଫଳରେ ଶରୀରର ହରମୋନ ସ୍ତରରେ ସନ୍ତୁଳନ ରକ୍ଷା ହୋଇପାରିନଥାଏ । ଏହାର ପ୍ରଭାବ ଯୋଗୁ ଶରୀରର କୋଲେଷ୍ଟରଲସ୍ତର ବୃଦ୍ଧି ପାଇଥାଏ । ଯାହାକି ପରବର୍ତ୍ତୀ ସମୟରେ ଉଚ୍ଚରକ୍ତଚାପ ସହିତ ହାର୍ଟଆଟାକ୍ ଭଳି ସମସ୍ୟା ସୃଷ୍ଟି କରେ । ମାତ୍ର ଦିନବେଳେ ୧୫ରୁ ୩୦ ମିନିଟ ବିଶ୍ରାମ ନେଲେ ଥକ୍କା ମେଣ୍ଟିବା ସହିତ ଫ୍ରେଶ ଲାଗିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ