ସପୁରୀ ପ୍ରକ୍ରିୟାକରଣ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଡମ୍ବlଳ ପଞ୍ଚାୟତର ସିନ୍ଧିବା ଗ୍ରାମରେ ମିଶନ ଜୀବିକା ପକ୍ଷରୁ ସପୁରୀ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ତଥା ସମନ୍ନିତ ଆାଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଏହାର ଉଦଘାଟନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆାଦିବାସୀ ଉନ୍ନୟନ ସଂସ୍ଥା ଫାଲଗୁନୀ ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଭାରପ୍ରାପ୍ତ ବିଡିଓ ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କେନ୍ଦ୍ର ଜିଲ୍ଲାପାଳ ବୁଲି ଦେଖିବା ସହ ତିଆରି ହୋଇଥିବା ସପୁରୀ ଜାମ୍ ଖାଇଥିଲେ I ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଉତ୍ସାହ କରିବା ସହ ସେମାନଙ୍କ ସହ ବସି ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିପିଏମ ଲତିକା ଦେବୀ ଓ ମିଶନ ଜିବିକା ପ୍ରୋଜେକ୍ଟ ମ୍ୟାନେଜର ଗୌତମୀ ସ୍ଵାଇଁ ପରିଚାଳନା କରିଥିଲେ l


