ସପ୍ତମ ଦିନରେ ଝଲସୁଛି ସାହୁପଡ଼ା ମା ତାରିଣିଙ୍କ ୨୫ ତମ ସ୍ୱ ନକ୍ଷତ୍ର ଉତ୍ସଵ
ବରୀ, (ଚୈତନ୍ୟ ଜେନା):ବରୀ ବ୍ଲକ ଅନ୍ତର୍ଗତ ସାହୁପଡ଼ାସ୍ଥିତ ମା ତାରିଣିଙ୍କ ପ୍ରତିଷ୍ଠାର ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହେଉଛି। ଗତ ମଙ୍ଗଳବାର ଦିନ ଠାରୁ ଆରଂଭ ହୋଇଥିବା ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପି ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ କାର୍ଯକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ମଙ୍ଗଳବାର ଜନ୍ମୋତ୍ସବ, ଯଜ୍ଞାରମ୍ଭ ଓ କଳସ ଯାତ୍ରା, ବୁଧବାର ଚଣ୍ଡିପାଠ, ଗୀତାଯଜ୍ଞ ଓ ପ୍ରାସାଦ ସେବନ ଗୁରୁବାର ଗୀତାଯଜ୍ଞ ଓ ପୂର୍ଣାହୁତି ଶୁକ୍ରବାର ଠାରୁ ରବିବାର ବାଦିପାଲା ସେହିପରି ଷୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଭଜନ ସନ୍ଧ୍ୟା ଓ ପାରମ୍ପରିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶନିବାର ଦିନ ଯୁବ ସମାଜସେବି ସଞ୍ଜିବ ଜେନା ଉପସ୍ଥିତ ହୋଇ ମା ଙ୍କ ଆଶ୍ରିଵାଦ ଭିକ୍ଷା କରିଥିଲେ ତାଙ୍କ ସହିତ ସୁବ୍ରତ ଜେନା, ଅଭିରାମ ଦାସ, ଶ୍ରୀନାଥ କର ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୦୦୦ ମସିହାରୁ ମା ତାରିଣୀଙ୍କ ଏହି ମନ୍ଦିର ପ୍ରତିଷ୍ଠା ହୋଇ ଏ ବର୍ଷ ୨୫ ବର୍ଷରେ ପଦାର୍ପଣ କରିଥିବାରୁ କମିଟିର ସଭାପତି ଜୟନ୍ତ କୁମାର ସାହୁ, ଉପ ସଭାପତି ନିତ୍ୟାନନ୍ଦ ସାହୁ, ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, କୋଷାଧ୍ୟକ୍ଷ ସୁଧାଂଶୁ ସାହୁ ଓ ବିନୟ କୁମାର ରାଜ ଜନସାଧାରଣଙ୍କ ସହଯୋରେ କାମନା କରିଛନ୍ତି। କାର୍ଯକ୍ରମ ପରିଚାଳନାରେ ଦେବାଶିଷ ସାହୁ, ସନ୍ତୋଷ ଦାଶ, ବ୍ରଜବନ୍ଧୁ ରାଜ, ସୁରେନ୍ଦ୍ର ପାତ୍ର, ଷୌଭାଗ୍ୟ ଦାସ, ମାନମ ମଲିକ, ତାପସ ସାହୁ, ସୁଭ୍ରଯିତ ପାତ୍ର, ସଂଗ୍ରାମ ସାହୁ, ପ୍ରେମାଂଶୁ ସାହୁ, ବିଶ୍ୱଜିତ ସାହୁ, ରସ୍ମିକାନ୍ତ ସାହୁ, ରାଜେଶ ରାଜ, ସନ୍ତୋଷ ସାହୁ, ଅଜିତ ଜେନା, ଯଶବନ୍ତ ସାହୁ, ଚନ୍ଦନ ମଲିକ, ମଣ୍ଟୁ ମଲିକ, ଗୋବିନ୍ଦ ମଲିକ, ରମୁଲା ମଲିକ, ଦୀପକ ମଲିକ, ଜିତେନ୍ଦ୍ର ପାତ୍ର, ସମ୍ବିତ ପତି, ସୁରେଶ ମଲିକ, ଦେବାଂସ ସାହୁ, ଶୁଭ୍ରାଂଶୁ ସାହୁ, ପ୍ରକାଶ ସାହୁ, ରଶ୍ମି ରଂଜନ ଦାସ, ଅୟସ କାନ୍ତ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରୁଛନ୍ତି।