ସପ୍ତମ ଦିନ ଧାରଣାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅସ୍ଥାୟୀ ଚତୁର୍ଥଶ୍ରେଣୀ କର୍ମଚାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସରକାରୀ ଅନୁଦାନ ପାଇବା ଆଶାରେ ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗଠାରେ ରବିବାର ଦିନ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥଶ୍ରେଣୀ କର୍ମଚାରୀ, ପିଅନ, ରାତ୍ରୀ ଜଗୁଆଳୀ ଓ ଝାଡୁଦାର ମାନଙ୍କ ବିଭିନ୍ନ ପ୍ରମୁଖ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଗଣଧାରଣା ସପ୍ତମ ଦିନରେ ଚାଲୁ ରହିଛି । ସରକାର ଏପର୍ଯ୍ୟନ୍ତ ସଂଘର ଦାବି ପୂରଣ ବିଷୟରେ ଆଲୋଚନା କରିନାହାଁନ୍ତି । ତେଣୁ କର୍ମଚାରୀମାନେ ସପ୍ତମ ଦିବସରେ ଧାରଣାସ୍ଥଳରେ ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛିନ୍ତି । ଏଣୁ ଏହି ଖବର ପ୍ରଚାର ଓ ପ୍ରସାର କରାଇବାରେ ସହାୟକ ହେବା ପାଇଁ ଓଡ଼ିଶା ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ