ସପ୍ତମ ଶ୍ରେଣୀର ଛାତ୍ରୀ ଆଠମାସର ଗର୍ଭବତୀ, ଅଭିଯୁକ୍ତ ଗିରଫ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌):ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀର ହରିଜନ ନାବାଳିକା ଝିଅ ଆଠ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି ।ଗ୍ରାମରେ କୁଳସମାଜରେ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ନ ବାହାରିବାରୁ ଶେଷର ନାବାଳିକାର ପରିବାର ଗାଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ।ଗାଙ୍ଗପୁର ଥାନାଧିକାରୀ ଧିରେଶ୍ କୁମାର ଦାସ ଘଟଣାର ତଦନ୍ତ କରି ୧୯୩/୧୯ରେ ଏକ ମାମଲା ରୁଜୁ କରି ନାବାଳିକାକୁ ଗର୍ଭବତୀ କରିଥିବା ପଡିଶା ଘରର ୨୨ବର୍ଷିଆ ଯୁବକକୁ ଦଫା ୩୭୬ରେ ପୋକସ ଆକ୍ଟ ବଳରେ ଗିରଫ କରି ଉଭୟଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରି ମାଇନା କରାଯାଇଛି ।ଆସନ୍ତା କାଲି ଅଭିଯୁକ୍ତ ଯୁବକକୁ ବ୍ରହ୍ମପୁର ପୋକସ କୋର୍ଟକୁ ଚାଲାଣ କରାଯିବ ବୋଲି ଘଟଣର ତଦନ୍ତକାରୀ ଅଧିକାରୀ ଆଇଆଇସି ଶ୍ରୀ ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ