ସଫଳ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଫେରିଲା ଶୁଭମ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକର ପଢ଼ିଆରିପଲ୍ଲି ଗ୍ରାମର ରମାକାନ୍ତ ପାତ୍ର ଓ ମିଲି ପାତ୍ରଙ୍କ ଦେଢ଼ବର୍ଷର ପୁଅ ଶୁଭମର ଅସ୍ୱାଭିକ ଭାବେ ମୁଣ୍ଡଟି ବୃଦ୍ଧି ପାଉଥିବାବେଳେ ଶରୀର କ୍ଷୀଣ ହୋଇଯାଉଥିଲା । ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଉପଯୁକ୍ତ ଚିକିତ୍ସା କରାଇ ପାରି ନଥିଲେ । ଏପରିକି ଥରେ ଧାର କରଜ କରି କଟକ ମେଡିକାଲକୁ ଯାଇଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଡାକ୍ତରମାନେ ତାଙ୍କୁ ଫେରାଇ ଦେଇଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା, ସଭାପତି ଉମାକାନ୍ତ ରାଉତ, ସମ୍ପାଦକ ଅର୍ଜୁନ ଖଣ୍ଡା ପ୍ରମୁଖ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲ ନେଇ ସେଠାରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ଜରୁରୀ କାଳୀନ ବିଭାଗର ମୁଖ୍ୟ ଡାକ୍ତର ଭୁବନାନନ୍ଦ ମହାରଣା ଉକ୍ତ ଶିଶୁର ଅବସ୍ଥା ଦେଖିବାପରେ ସେ ହାଇଡ୍ରୋ ସେଫାଲସ ରୋଗରେ ପିଡିତ ଓ ତାକୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏପରିକି କଟକର ସମସ୍ତ ସାମାଜିକ ସଂଗଠନ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ଗତ୪ତାରିଖରେ ଏକ ଡାକ୍ତରୀ ଦଳ ଦ୍ୱାରା ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା । ସେ ସୁସ୍ଥ ହେବାପରେ ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବାପରେ ବାପା ମାଙ୍କ ସହିତ ଘରକୁ ଫେରିଛି । ଶୁଭମକୁ ଧରି ଘରକୁ ଫେରିବାପରେ ତାଙ୍କ ବାପା ମା ଓ ପରିବାର ଲୋକେ ଖୁବ ଖୁସି ବ୍ୟକ୍ତ କରିଛନ୍ତି । ସମସ୍ତଙ୍କ ସହଯୋଗରୁ ପୁଅ ସୁସ୍ଥ ହୋଇ ଫେରିଛି ବୋଲି ତାର ମା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ