ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା:କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଯୁବ ସମାଜସେବୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପାତ୍ର(ଜିତୁ) ଙ୍କ ସ୍ବାଗତ ଯୋଗ୍ୟ ପଦକ୍ଷେପ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି ଙ୍କ ଉପସ୍ଥିତିରେ ନିଜ ସହଯୋଗୀ ଙ୍କ ସହ ମିଶି କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିତୁ । ଲକ୍ ଡାଉନ୍ ଯୋଗୁଁ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବିପଦରେ ପକାଇ ସହରକୁ ପରିସ୍କାର ପରିଛନ ରଖୁଛନ୍ତି ଏହି ସଫେଇ କର୍ମଚାରୀମାନେ । ମହାମାରୀ କରୋନା ମୁକାବିଲା ପାଇଁ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ଏହି ସଫେଇ କର୍ମଚାରୀମାନେ । ଏଣୁ ଏମାନେ ନିଶ୍ଚୟ ପ୍ରଶଂସନୀୟ ଏବଂ ଏମାନଙ୍କୁ ଟିକେ ସମବେଦନା ଜଣାଇବାସହ ତାଙ୍କ ମନୋବଳ ବଢ଼ାଇବା ମୋର ଉଦ୍ଦେଶ୍ୟ ବୋଲି କହିଛନ୍ତି ଜିତୁ ।ସେପଟେ ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗି ଜିତୁଙ୍କ ଏହି ମହତ୍ ଉଦ୍ଦେଶ୍ୟ କୁ ପ୍ରଶଂସା କରିବାସହ ଯେଉଁମାନେ ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ନିଜ ଜୀବନକୁ ବିପଦରେ ପକାଇ ଆମର ଜୀବନ ବଞ୍ଚାଇବାରେ ଲାଗିପଡିଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି । ମଇଳା ସଫା କରୁଥିବା ଏହି କର୍ମଚାରୀମାନେ ସମ୍ବର୍ଦ୍ଧିତ ହୋଇ ନିଜକୁ ଧନ୍ୟ ମନେକରିବା ସହ ଆମମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏନ୍ଏସି ପକ୍ଷରୁ ଅଧିକ ପରିମାଣର ସଫେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସଫେଇ କର୍ମଚାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ