ଛତ୍ରପୁରରେ ଭିଡିଓ କନଫରେନ୍ସିରେ ସରପଂଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ 

ଛତ୍ରପୁର(ଓ୍ବାଇଏନ୍ଏସ୍) : କରୋନା ସହ ଲଢେଇ କରୁଛି ସାରା ରାଜ୍ୟ । ରବିବାର ସମସ୍ତ ସରପଂଚ ମାନଙ୍କୁ ଜିଲ୍ଲାପାଳ ଙ୍କ କ୍ଷମତା ପ୍ରଦାନ କରି ଐତିହାସିକ ନିଷ୍ପତ୍ତି ବିଷୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏ ନେଇ ବୁଧବାର ରାଜ୍ୟ ର ସମସ୍ତ ସରପଂଚଙ୍କ ସହ ଭିଡିଓ କନଫରେନ୍ସି ରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ସରପଂଚ ମାନଙ୍କୁ ଗୁରୁ ମନ୍ତ୍ର ଦେବା ସହ ଗାଁ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧ ରେ ରଖିବାକୁ ଶପଥ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଶପଥ ପାଠରେ କୁହାଯାଇଛି ଯେ, ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିଛି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧରେ ରଖିବି । ସେମାନଙ୍କ ରହିବା ଖାଇବା ର ଉଚିତ୍ ବ୍ୟବସ୍ଥା କରିବି । କରୋନା କୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ ମୋ ପଂଚାୟତରେ ଭାଇ ଭଉଣି  ମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବେ ପାଳନ କରିବି । ମୋ ପଂଚାୟତରେ କରୋନା କୁ ପଶିବାକୁ ଦେବି ନାହିଁ । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ର ଭିଡିଓ କନଫରେନ୍ସି ହଲ ଠାରେ ସମସ୍ତ ସରପଂଚ ମାନେ ଉପସ୍ଥିତ ରହି କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର କୁ ଗ୍ରହଣ କରିବା ସହ ଶପଥ ନେଇଛନ୍ତି । ସେଠାରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରାଙ୍କ ସମେତ ବହୁ ପ୍ରଶାସସିନ ଅଧୀକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଭିଡିଓ କନଫରେନ୍ସି ହଲ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ବ୍ରିଜେସ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର, ଡିଆରଡିଏ ପିଡି ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଭିଡିଓ କନଫରେନ୍ସି ରେ ସାମିଲ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ