ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟଯାଂଚ

ଛତ୍ରପୁର, (ଦେବଦତ୍ତ ମହାରଣା):ସହର ପରିସ୍କାର ରଖିବା ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାମ କରିବା ପାଇଁ ସଫେଇ କର୍ମଚାରୀମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଦିନ ରାତି ପରିଶ୍ରମ କରନ୍ତି । ବର୍ଷା,ଶୀତ ଓ ଖରାକୁ ଖାତିରି ନକରି ସେମାନଙ୍କ କର୍ତବ୍ୟକୁ କେବେହେଲେ ହେଳାକରନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ କିପରି ଠିକ ରହିବ ସେନେଇ ଡୁଡା ପିଡି ନିଳମାଧବ ଭୋଇ ସମସ୍ତ ଏନଏସି ନିର୍ବାହି ଅଧିକାରୀମାନଙ୍କୁ ନିଜ ନିଜ ଅଚଂଳରେ ଏକ କ୍ୟାମ୍ପକରି ଏକ ସ୍ୱାସ୍ଥ୍ୟ ଶିବିର କରି ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଛତ୍ରପୁର ଏନଏସି କଲ୍ୟାଣମଣ୍ଡପ ଠାରେ ଏକ ସ୍ୱାସ୍ଥ୍ୟ ଶିବିର କ୍ୟାମ୍ପର ଏନଏସି ପକ୍ଷରୁ ଆୟୋଜନ କରାଯାଇଥିଲା । ଛତ୍ରପୁର ମେଡିକାଲରୁ ଡାକ୍ତର ମାନେ ଉକ୍ତ କ୍ୟାମ୍ପରେ ଉପସ୍ଥିତ ରହି ସହରରେ ସଫେଇ କରୁଥିବା କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ଏହି ସ୍ୱାସ୍ଥ୍ୟ ଯାଂଚ ବେଳେ ଡୁଡା ପିଡି ନିଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଉପାଧ୍ୟକ୍ଷ ଜି.ପାପା ରାଓଙ୍କ ସମେତ ସମସ୍ତ କାଉନସିଲର ଓ ଏନଏସି କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ଏହିପରି କାର୍ଯ୍ୟକ୍ରମକୁ ସଫେଇ କର୍ମଚାରୀମାନେ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ପରେ ଉକ୍ତ କଲ୍ୟାଣ ମଣ୍ଡପ ପରିସରରେ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ