ସବଜେଲ ସ୍ଥାନାନ୍ତର ବିରୋଧ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଦଶପଲ୍ଲା (ଯୁଗାବ୍ଦ ନ୍ୟୁଜ) ନୟାଗଡ ଜିଲ୍ଲା ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ଦଶପଲ୍

ସବଜେଲ ସ୍ଥାନାନ୍ତର ବିରୋଧ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଲା ବନ୍ଦ ଡାକରା ଦିଆଯାଇଛି।ସବଜେଲ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।ରାଜରାଜୁଡା ଅମଳରୁ ଦଶପଲ୍ଲାରେ ଥିବା ୧୧୦ ବର୍ଷର ଉପକାରାଗାରାକୁ ନୟାଗଡ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦଶପଲ୍ଲାବାସୀ ବିରୋଧ କରି କରିଛନ୍ତି।ଜେଲ ସ୍ଥାନାନ୍ତରକୁ ବିରୋଧ କରି ସକାଳ ୬ଟାରୁ ସଂଧ୍ୟା୬ଟା ପର‌୍ୟ୍ୟନ୍ତ ଦଶପଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।ଗାଡି ଚଳାଚଳ ବନ୍ଦ ଯୋଗୁ ତ୍ରିନାଥ ବଜାର ଠାରେ ୫୭ନଂ ଜାତୀୟ ରାଜପଥ ଉପରେ ଯାନବାହନ ସବୁ ଅଟକି ରହିଛି।ସରକାର ଯଦି ସବଜେଲ ସ୍ଥାନାନ୍ତରକୁ ନିଷ୍ପତ୍ତିକୁ ବନ୍ଦ ନକରନ୍ତି ତେବେ ଆସନ୍ତା କାଲିଠାରୁ ଜେଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଣାପଡିଛି।ଗତ କାଲି ପ୍ରଶାସନ ଓ କ୍ରିୟାନୁଷ୍ଠାନ କମିଟି ମଧ୍ୟରେ ଆଲୋଚନା ହୋଇଥିବା ବେଳେ ତାହା ବିଫଳ ପାଲଟିଥିଲା।ତେବେ ପୂର୍ବ ସୂଚନା ଅନୁଯାୟୀ ଆଜି ସକାଳୁ ୧୨ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ