ସବୁଜ ଭାରତର ଦଶମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସବୁଜ ଭାରତ ସଂଗଠନର ଦଶମ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରୀପୋଖରୀର ମାନ୍ୟବର ବିଧାୟକ ଫ୍ରପୁଲ୍ଲ ସାମଲ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମାଜସେବୀ ଦୁର୍ଗା ସାମନ୍ତରାୟ, ଆସ ପଢାଇବାର ରାଜ୍ୟ ଆବାହକ ପ୍ର୍ରତ୍ୟୟ ପ୍ରଶାନ୍ତ, କବି ପ୍ରବୀର ମହାନ୍ତି ପ୍ରମୁଖ ଯୋଗଦେଇ ଗଛ ଲଗାଇବାର ମହତ୍ୱ ଓ ସବୁଜ ଭାରତର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଗଜେନ୍ଦ୍ର ପରିଡ଼ା । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ଦାସ, କୃଷ୍ଣ ଚମ୍ପତିରାୟ, ସୂର୍ଯ୍ୟକାନ୍ତ ସେଠୀ, ଗୌତମ ସାହୁ, ମନୋରଞ୍ଜନ ନାୟକ, ଅଜିତ କୁମାର ଜେନା, ଅଳକା ମହାନ୍ତି, ଝରଣା ପଣ୍ଡା, ଅନ୍ନପୂର୍ଣ୍ଣା ରାଉତ, ରଶ୍ମିତା ଜୟସିଂ, ସାବିତ୍ରୀ ପରିଡ଼ା, ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ