ବାବା ସାହେବ ଆମ୍ବେଦକରଙ୍କ ୬୬ତମ ସ୍ମୃତି ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ମଙ୍ଗଳବାର ଦିନ ରାଜଧାନୀର ଏ.ଜି. ଛକରେ ପ୍ରତିଷ୍ଠିତ ପ୍ରତିମୂର୍ତ୍ତିଠାରେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ସ୍ମୃତି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜବାଦୀ ନେତା ତଥା ଓଡ଼ିଶାର ମାନ୍ୟବର କୃଷିମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁଷ୍ପ ଅର୍ଘ୍ୟ ଅର୍ପଣ କରିବା ସହିତ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ସମ୍ବଲପୁର ଜିଲ୍ଲା ନେତା ସରୋଜ ବେହେରା, ରାଜ୍ୟ ଯୁବ ସଭାପତି ସୁବ୍ରତ ଲେଙ୍କା, ସଞ୍ଜୟ ନାୟକ, ନରେନ୍ଦ୍ର ପଣ୍ଡା, ଦେଶପ୍ରିୟ ଦାସଙ୍କ ସମତେ ଅନେକ ପୁଷ୍ପ ଅର୍ଘ୍ୟ ଅର୍ପଣ କରିଥିଲେ । ପରେ ପରେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଏକ ସମାଜବାଦୀ ବିପ୍ଲବର ଉଜ୍ଜ୍ୱଳ ଆଦର୍ଶ । ଯେପର୍ଯ୍ୟନ୍ତ ଏ ଦେଶବାସୀ ସେହି ଆଦର୍ଶକୁ ଅସ୍ଥି ମଜ୍ଜାଗତ କରି ଶୋଷଣ କଷଣ ବିଭେଦ ବିଭ୍ରାନ୍ତିକୁ ମୂଳପୋଛ କରି ଆର୍ଥିକ କରି ଆର୍ଥିକ ସମାନତା ସହିତ ଗଣତାନ୍ତ୍ରିକ ଅଧିକାର ରକ୍ଷା କରିବା ପାଇଁ ବଦ୍ଧପରିକର ହେବେ ତାହାହିଁ ହେବ ଆଜିର ସ୍ମୃତି ଦିବସରେ ବାବା ସାହେବଙ୍କ ପ୍ରତି ପ୍ରକୃତ ସମ୍ମାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ