ସବୁଜ ଭାରତର ନବମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠାନର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ପରିବେଶ ପରିବର୍ତ୍ତନ ବିପକ୍ଷରେ ଲଢେଇ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଇଂ ଲଳିତ ମୋହନ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପ୍ରବୀର ମହାନ୍ତି । ସମ୍ମାନିତ ଅତିଥି ଭାବେ ‘ଆସ ପଢାଇବା’ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ରଘୁନାଥ ମଣ୍ଡଳ, ମୁଖ୍ୟ ବକ୍ତା ଭାବରେ ପରିବେଶବିତ୍ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ପରିବେଶ ପରିବର୍ତ୍ତନ ଉପରେ ସଚେତନତା ଆବଶ୍ୟକ ଓ ଗଛ ଲଗାଇବାର ମହତ୍ୱ ଉପରେ ଆଲୋଚନା କରିଥିଲେ । ଏହି ବାର୍ଷିକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୀଳକଣ୍ଠ ଦାସ, ସୂର୍ଯ୍ୟକାନ୍ତ ସେଠୀ, କଳ୍ପତ ସେନାପତି, ପ୍ରଭାତ ଜେନା, ବିଜୟ ପଣ୍ଡା, ଟି. ଜଗନ୍ନାଥ, କବିତା ସୁବୁଦ୍ଧି, ଏକତା ସାହୁ, କରଣ ଦୁର୍ଗା ଏବଂ ଆସ ପଢାଇବାର ତିନି ରାଜ୍ୟର ସଂଯୋଜକମାନେ ଯୋଗ ଦେଇଥିଲେ । ପରିଶେଷରେ ସବୁଜ ଭାରତ ସଭାପତି ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।