ସବୁଜ ଭାରତ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସବୁଜ ଭାରତ ତରଫରୁ ସତ୍ୟଭାମାଦେବୀ କଲେଜ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଶାସକ ରବିନାରାୟଣ ନନ୍ଦ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ବିକାଶ ଦାଶ, ଆସ ପଢାଇବାର ଜାତୀୟ ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ସତ୍ୟଭାମା କଲେଜର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର ପ୍ରମୁଖ ଯୋଗଦେଇ ପାଲା ଗାୟିକା ସୁଶ୍ରୀ ସୁଧାବର୍ଷି ସୁକାନ୍ତି ମାଝୀ, ଓଡ଼ିଶୀ ନତ୍ୟାଙ୍ଗନା ସୁଶ୍ରୀ ଵିପଞ୍ଚି ଦାସ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ ଏବଂ ଆନ୍ତର୍ଜାତିକ ମହିଳା ଦିବସ ଉପରେ ଆଲୋକପାତ କରିଥିଲେ । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଲା ଗାୟିକା ସୁଶ୍ରୀ ସୁଧାବର୍ଷି ସୁକାନ୍ତ ମାଝୀ, ଓଡ଼ିଶୀ ନୃତ୍ୟାଙ୍ଗନା ସୁଶ୍ରୀ ବିଵିପଞ୍ଚି ଦାସ, ସମାଜସେବୀ ରାଜେଶ୍ୱରୀ ବାଗ, ସମାଜସେବୀ ସୁଲତା ଜେନା, ସମାଜସେବୀ ମନିକା ବାଗ, ଅଧ୍ୟାପିକା ଶ୍ରୀମତୀ ପ୍ରସନ୍ନା ଦାସ, ସମାଜସେବୀ ଶ୍ରୀମତୀ ମାନସୀ ଶତପଥୀ ଓ ସାଇକୃପା ଏସ.ଏଚ୍.ଜି. ଗ୍ରୁପ୍ଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ କଳ୍ପତରୁ ସେନାପତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ନୀଳକଣ୍ଠ ଦାସ, ହରେଶ ବାଗ, କରଣ ଦୁର୍ଗା, ଗୌତମ ସାହୁ ସୌରଭ ମହାପ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


