ସବୁଜ ଭାରତ ପକ୍ଷରୁ “ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ” ବାର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସାମାଜିକ ଅନୁଷ୍ଠାନ ସବୁଜ ଭାରତ ପକ୍ଷରୁ “ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ” ବାର୍ତ୍ତା ଦିଆଯାଇଛି । ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଯେଉଁ ତାଣ୍ଡବଲୀଳା ଚାଲିଛି, ତାହାକୁ ପ୍ରତିହତ ଓ ବନ୍ଦ କରିବା ପରିପ୍ରେକ୍ଷୀରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଶାନ୍ତି, ଅହିଂସାର ବାର୍ତ୍ତା ଦିଆଯିବା ସହ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ମତବ୍ୟକ୍ତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ସାଂସ୍କୃତିକ ସାମ୍ମୁଖ୍ୟ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା, ହରିଜନ ସେବକ ସଂଘର ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତିଙ୍କ ସହିତ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଯୋଗଦେଇ ଅହିଂସାର ମାର୍ଗ ସର୍ବଶ୍ରେଷ୍ଠ ମାର୍ଗ ବୋଲି ମତ ପୋଷର କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ଭାରତର ସଭ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନଙ୍କ ସହିତ ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇ ନିଜ ନିଜର ମତପୋଷଣ କରିଥିଲେ । ମାନବିକତାକୁ ରକ୍ଷା କରିବା ଆଜିର ଆହ୍ୱାନ ବୋଲି ସମସ୍ତେ ମତବ୍ୟକ୍ତ କରିବା ସହ ଯୁଦ୍ଧ ବନ୍ଦ ଓ ଶାନ୍ତି ଦିଗରେ ସମସ୍ତେ ଅଗ୍ରସର ହୁଅନ୍ତୁ ବୋଲି କହିଥଲେ । ଏହି ଅବସରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା କରିଥିଲେ କବିତା ସୁବୁଦ୍ଧି, ଜ୍ୟୋତିର୍ମୟ ପଟ୍ଟନାୟକ, ଜୟନ୍ତୀ ପଣ୍ଡା, ଅରିଜିତ୍ ଜେନା, ପ୍ରଶାନ୍ତ ମହାନ୍ତି, କଳ୍ପତରୁ ସେନାପତି, ନୀଳକଣ୍ଠ ଦାସ ।