ସବୁଠାରୁ ଲମ୍ବାକେଶିନୀ ମହିଳା
ମହିଳାଙ୍କ ସୌନ୍ଦର୍ଯ୍ୟ ହୋଇଥାଏ ତାଙ୍କର କେଶ । ଏହାକୁ ଲମ୍ବା ଓ ଆକର୍ଷଣୀୟ କରିବା ପାଇଁ ମହିଳାମାନେ ଖୁବ ପ୍ରୟାସ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଜଣେ ମହିଳା ଅଛନ୍ତି ଯ।।ହାଙ୍କ ଲମ୍ବା କେଶ ପାଇଁ ତାଙ୍କ ନାଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି ।
ସୂଚନା ଅନୁସାରେ ଆମେରିକାର ମଣ୍ଡେଲା ନାମକ ମହିଳାଙ୍କର କେଶକୁ ଯେ ଦେଖିବ ଚକିତ ହୋଇଯିବ । ୫୫ ଫୁଟର ଲମ୍ବା କେଶର ଓଜନ ପ୍ରାୟ ୨୦ କିଲୋଗ୍ରାମ । ଏହି କେଶକୁ ଥରେ ସଫା କରିବାକୁ ସେହି ମହିଳାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଥାଏ ୬ ବୋତଲର ସାମ୍ପୁ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି ଧୁଆ କେଶକୁ ଶୁଖାଇବାକୁ ଦୁଇ ଦିନ ସମୟ ଲାଗିଥାଏ ।
ଏତେ ଲମ୍ବର କେଶକୁ ନେଇ ମଣ୍ଡେଲାଙ୍କୁ ହୋଇଥିଲା ସମସ୍ୟା । କେହି ବିବାହ କରିବାକୁ ରାଜି ହେଉନଥିଲେ । ହେଲେ ଜଣେ ହେୟାର ଡ୍ରେସର ତାଙ୍କୁ ବିବାହ କରିବାକୁ ଦେଇଥିଲେ ପ୍ରସ୍ତାବ । ଆଉ ମଣ୍ଡେଲା ସେଥିରେ ରାଜି ହୋଇଥିଲେ । ମଣ୍ଡେଲାଙ୍କ ସ୍ୱାମୀ କହନ୍ତି ସେ ଖୁବ ଭଲ ପାଆନ୍ତି ନିଜ ସ୍ତ୍ରୀଙ୍କ ଲମ୍ବା କେଶକୁ । ଏହି ଲମ୍ବା କେଶକୁ ନେଇ ସାରା ବିଶ୍ୱରେ ଖୁବ ଚର୍ଚ୍ଚିତ ହୋଇଛନ୍ତି ମଣ୍ଡେଲା । ଆଉ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି ଏହି ଲମ୍ବା କେଶ ।