ସବୁଠି ନିରାଡ଼ମ୍ବରରେ ବିଘ୍ନ ନାଶକ ଗଣନାଥଙ୍କ ପୂଜାର୍ଚ୍ଚନା

ବୁଗୁଡା, (ଅନିଲ ମହାରଣା): ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ପ୍ରତିଷ୍ଠାନ ରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ବିଘ୍ନ ନାଶକ ଗଣନାଥଙ୍କ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି। କୋଭିଡ କଟକଣା ଯୋଗୁଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମାତ୍ର ହାତଗଣତି ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀବକୁ ନେଇ ଶ୍ରୀ ଗଣେଶଙ୍କ ପୂଜା କାର୍ଯ୍ୟ ବିଧିପାଳନ ପୂର୍ବକ ଅନୁଷ୍ଠିତ ହୋଇଅଛି। ଅଧିକାଂଶ ବିଦ୍ୟାଳୟରେ ଶ୍ରୀ ଗଣେଶ ଙ୍କ ଫୋଟୋ ରଖି ପୂଜାର୍ଚ୍ଚନା କରି ବିନାୟକ ଚତୁର୍ଥୀ ର ବିଧିପାଳନ କରାଯାଇଛି। ବୁଗୁଡା ବ୍ଲକ ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ନିରାଡ଼ମ୍ବର ଭାବେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାନସୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଦାତା ଶ୍ରୀ ଗଣେଶ ଙ୍କ ପାଇଁ ନିର୍ମାଣ ହୋଇଥିବା ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ ପ୍ରମୁଖ ଅଂଶ ଗ୍ରହଣ କରି ଶ୍ରୀ ଗଣନାଥଙ୍କ ମନ୍ଦିରରେ ଛାତ୍ରଛାତ୍ରୀଙ୍କ ଗହଣରେ ପୂଜାର୍ଚ୍ଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ