ସବୁ ଏନ୍ଏସିର ଜଳସାଥୀଙ୍କୁ ପ୍ରଶିକ୍ଷଣ
ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ସବୁ ଏନ୍ଏସି ଗୁଡିକରେ ନିୟୋଜିତ ହୋଇଥିବା ଜଳସାଥୀମାନଙ୍କୁ ବିଭିନ୍ନ ବିଷୟରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିବସରେ ଆସିକା, ବେଗୁନିଆପଡା, ବୁଗୁଡା, ଛତ୍ରପୁର, କୋଦଳା, ପୋଲସରା, ରମ୍ଭା, ଖଲ୍ଲିକୋଟ ଓ ହିଞ୍ଜିଳି ମ୍ୟୁନିସିପାଲିଟିର ୨୯ ଜଣ ଜଳସାଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସବୁ ସହର ଗୁଡିକରେ ସୁରୁଖୁରରେ ଘରକୁ ଘର ପାଇପ୍ ଲାଇନ୍ ଜରିଆରେ ବିଶୁଦ୍ଧ ପାଣି ପହଞ୍ଚାଇବା ଏବଂ ସେମାନଙ୍କ ଠାରୁ ସଠିକ୍ ଭାବେ ଜଳକର ଆଦାୟ କିପରି କରାଯାଇପାରିବ ସେ ସଂକ୍ରାନ୍ତରେ ଜଳସାଥୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜଳ ନମୁନା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ଜଲସାଥୀମାନଙ୍କୁ ସହାୟକ ହେବା ନିମନ୍ତେ ଗୋଟିଏ ଲେଖାଁଏ କିଟ୍ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜନସ୍ୱାସ୍ଥ୍ୟ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରାୟ, ରାଜ୍ୟ ପ୍ରକଳ୍ପ ସଂଯୋଜକ (ସୁଡା) ପ୍ରସନ୍ନ ମହାରଣା, ବରିଷ୍ଠ ପରାମର୍ଶଦାତା ପିୟୁସ୍ ଦାଶ, ସେବା ନିର୍ବାହୀ (ଇଜିତାପି) ତାପସ ନାୟକ, ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ସିଏମ୍ଏମ୍ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ I