ଅନସ୍ଲୋ ହାଇସ୍କୁଲରେ ଚାଲିଥିବା ୫ଟି ରୁପାନ୍ତରିତ କାର୍ଯ୍ୟକୁ ବୁଲି ଦେଖିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଅନସ୍ଲୋ ହାଇସ୍କୁଲରେ ଚାଲିଥିବା ୫ଟି- ରୁପାନ୍ତରିତ କାର୍ଯ୍ୟକୁ ଗୁରୁବାର ଛତ୍ରପୁର ବିଡିଓ ବିଶ୍ୱଜିତ ରାୟ ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ରୂପାନ୍ତରିତ ଲାଇବ୍ରେରୀ, ପାଇଖାନା, ବିଜ୍ଞାନାଗାର, ପିଇବା ପାଣିର ସୁବ୍ୟବସ୍ଥା ସହିତ ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଡିଓଙ୍କ ସହିତ ଅନସ୍ଲୋ ଅନୁଷ୍ଠାନର ଶିକ୍ଷକ ବାଉରି ବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ