ସବୁ ପୋଷ୍ଟର କାଡିଲା ପୌରପରିଷଦ
ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ସ୍ଥାନୀୟ ପୌରପରିଷଦ ତରଫରୁ ପଦକ୍ଷେପ ନିଆଯିବ ଦେଖିବାକୁ ମିଳିଛି। ଆଜି ସ୍ଥାନୀୟ ପୌରପରିଷଦ ତରଫରୁ ପୌର କର୍ମଚାରୀ ଏକ ଟ୍ରାକ୍ଟର ଯୋଗେ ସହର ରେ ଲାଗିଥିବା ସମସ୍ତ ରାଜନେତା ମାନକ ବିଭିନ୍ନ ପୋଷ୍ଟର କାଡିବା ସହ ବିଭିନ୍ନ ଦଳୀୟ ବାନା ଯାହା ସର୍ବ ସାଧାରଣ ସ୍ଥାନରେ ଲାଗିଥିଲା ତାହା ହଟାଇ ଦିଆଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ପୂର୍ବରୁ ଲଗାଯାଇଥିବା ସମସ୍ତ ପ୍ରଚାର ସମ୍ପର୍କିତ ବ୍ୟାନର ପୋଷ୍ଟର କାଡିଦିଆଯିବ। ତେଣୁ ପୌର ପରିଷଦ ତରଫରୁ ସହର ର ସମସ୍ତ ପୋଷ୍ଟର କାଡିଦିଆଯାଇଛି। ତେବେ ଆଗାମୀ ଦିନ ରେ ନିର୍ବାଚନ କମିଶନ ଙ୍କ ତରଫରୁ ଦିଆଯାଇଥିବା ସମସ୍ତ ଗାଇଡ ଲାଇନ କୁ ପାଳନ କରାଯିବ କୁ ପ୍ରଚେଷ୍ଟା କରାଯିବ ବୋଲି ପୌରପରିଷଦ ତରଫରୁ କୁହାଯାଇଛି। ନିର୍ବାଚନ ଆଚରଣ ବିଧି ଘୋଷଣା ପରେ ଭୋଟର ମାନକ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନ ରେ କୌଣସି ଦଳ ଅତି ସହଜରେ ବିଜୟା ଲାଭକରିବାର ସମ୍ଭାବନା ଦେଖିବାକୁ ମିଳୁନୀ ବୋଲି ଭୋଟର ଙ୍କ ମତ। ତେବେ ପ୍ରତି ନିର୍ବାଚନ ରେ ପ୍ରଶାସନ ର ନିରପେକ୍ଷତା କୁ ନେଇ ପ୍ରଶ୍ନ କରୁଥିବା ଭୋଟର ମାନକ ଆଗରେ ପ୍ରଶାସନ କିପରି ନିରାପକ୍ଷ ଭାବେ ଆଚରଣ ବିଧି ଓ ନିର୍ବାଚନ କୁ ପରିଚାଳନା କରିବା ତାହା ଆଗାମୀ ଦିନ ରେ ହେବାକୁ ଥିବା ନିର୍ବାଚନ ହିନ କହିପାରିବ ବୋଲି ଭୋଟର ଙ୍କ ମତ ।