ସଭାପତିଙ୍କ ବିୟୋଗରେ ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-‘ଶ୍ରୀଜଙ୍ଗ ସହରୀ ସଂଗଠନ’ର ସଭାପତି ଗଗନ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଭଗବାନ ବିଶ୍ୱାଳଙ୍କ ସଭାପତିତ୍ୱରେ ମାନସିଂବଜାରସ୍ଥିତ ମଣିଭଦ୍ର ଗୋଚ୍ଛାୟତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ କମଳାକାନ୍ତ ଦାଶ, କୋଷାଧ୍ୟକ୍ଷ ମଣିଭଦ୍ର ଗୋଚ୍ଛାୟତ, ରବିନାରାୟଣ ରଥ, ପ୍ରସନ୍ନ କୁମାର ପାଢ଼ୀ, ବିଦ୍ୟାଧର ସାହୁ, ତପନ ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ବହୁବିଧ ପ୍ରତିଭା ଓ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ସଚ୍ଚା ଓ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସଂଗଠନ ପ୍ରତି ତାଙ୍କର ଅବଦାନକୁ କେହି ପାସୋରି ଯିବେ ନାହିଁ ବୋଲି ବକ୍ତାମାନେ କହିଥିଲେ ।ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ