ସମବାୟ ଚିନିଶିଳ୍ପର ଅବସରପ୍ରାପ୍ତ କର୍ମଚାରୀ ମଙ୍ଗୁଳୁଙ୍କ ବିୟୋଗରେ ଗଭୀର ଶୋକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅଧିନସ୍ଥ କାଳଷଣ୍ଢପୁର ଗ୍ରାମ ପଂଚାୟତର ଚିନିଶିଳ୍ପ ନୁଆଗାଁ ଗ୍ରାମର ଅବସରପ୍ରାପ୍ତ ସମବାୟ ଚିନିଶିଳ୍ପର କର୍ମଚାରୀ ମଙ୍ଗୁଳୁ ଚରଣ ପଟ୍ଟନାୟକ (ବୟସ ପ୍ରାୟ ୭୫ବର୍ଷ)ଙ୍କର ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପଟ୍ଟନାୟକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସୁସଂଗଠକ, ସଚ୍ଚୋଟ ତଥା ଅବସରପ୍ରାପ୍ତ ସମବାୟ ଚିନିଶିଳ୍ପର କର୍ମଚାରୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅଧୀନସ୍ଥ ଚିନିଶିଳ୍ପ ନୁଆଗାଁ ଗ୍ରାମର ଲକ୍ଷ୍ମୀବଜାର ସାହିର ବାସିନ୍ଦା ଅବସରପ୍ରାପ୍ତ ସମବାୟ ଚିନିଶିଳ୍ପର କର୍ମଚାରୀ ମଙ୍ଗୁଳୁ ଚରଣ ପଟ୍ଟନାୟକଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ପବିତ୍ର ଋଷିକୁଲ୍ୟ ଓ ବଡନଦୀର ସଂଗମ ସ୍ଥଳ ନିକଟସ୍ଥ ବରଗାଁ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ସନ୍ତୋଷ କୁମାର ପଟ୍ଟନାୟକ ଓ ସନ୍ଦୀପ କୁମାର ପଟ୍ଟନାୟକ, ପୁତ୍ରବଧୂ ସସ୍ମିତା ପଟ୍ଟନାୟକ ଓ ସଂଜନା ପଟ୍ଟନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ସମବାୟବିତ୍‍ ଅବସରପ୍ରାପ୍ତ ଚିନିଶିଳ୍ପର କର୍ମଚାରୀ ମଙ୍ଗୁଳୁ ଚରଣ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ସମବାୟ ଚିନିଶିଳ୍ପର ବରିଷ୍ଠ ପଦାଧିକାରୀ ଚିତ୍ତଚିନ୍ମୟ ରଂଜନ ନାୟକ, ପ୍ରଶାନ୍ତ କୁମାର ପାଢୀ, ବାଇଧର ନାହାକ, ସିମାଂଚଳ ସାହୁ, ଶ୍ରୀନିବାସ ମହାପାତ୍ର, ସତ୍ୟବାନ୍‍ ଲେଙ୍କା, ଚନ୍ଦ୍ରଶେଖର ଲେଙ୍କା, ପ୍ରଶାନ୍ତ କୁମାର କର, ଅନିଲ୍‍ କୁମାର ଦାଶ, ଦିଲୀପ କୁମାର ସ୍ୱାଇଁ, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଏମ୍‍.ରାମବାବୁ ଦୋରା, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ଦାମୋଦର ସିୟ, ରାଜେଶ୍‍ କୁମାର ନାୟକ, ରାଜେନ୍ଦ୍ର ମହାପାତ୍ର, ସନ୍ତୋଷ ବାଡତ୍ୟା, ସହଦେବ ଗୌଡ, ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସମେତ ବହୁ କର୍ମଚାରୀ ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ