ସମବାୟ ନିର୍ବାଚନ : ୫ ଟି ଜୋନ୍ ରୁ ୪ଟି ନିର୍ବାଚନ ଫଳା ଫଳ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସେବା ସମବାୟ ନିର୍ବାଚନ ପାଇଁ ଗତ ନିର୍ବାଚନ ଆନୁଷ୍ଟିତ ହୋଇଯାଇଛି । ପ୍ରକାଶ ଥାଉ କି ଏହି ସେବା ସମବାୟ ସମିତି ରେ ୧୫ ଟି ଜୋନ୍ ରହିଛି । ସେଥି ମଧ୍ୟରୁ ୧୦ ଟି ଜୋନ୍ ରେ ନିର୍ଦ୍ଵନ୍ଦରେ ପ୍ରାର୍ଥୀ ମାନେ ଡାଇରେକ୍ଟର ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ୫ ଟି ଜୋନ୍ରେ ଭୋଟ ଗ୍ରହଣ ଆରମ୍ଭ ହୋଇ ଯାଇଛି । ୪ ଟି ଜୋନ୍ରେ ପ୍ରାର୍ଥୀ କେ. ମଧୁ, ପି. ଶ୍ରୀନିବାସ, ପି. ଜଗନ୍ନାଥ ରାଓ, କେ. ସତ୍ୟନାରାୟଣ ଜିତିଛନ୍ତି । ଗୋଟିଏ ଜୋନ୍ରେ କେହି ଭୋଟ ଦାନ କୁ ଆସି ନଥିବା ରୁ ଗୋଟିଏ ଖାଲି ପଡ଼ିଛି । ପ୍ରାୟତଃ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଜିତି ଥିବା ଦଳ ଦାବି କରିଛି ।