ସମବାୟ ସମିତି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକର ଗଜରାଜପୁର ଓ ତିରୁଣା ସମବାୟ ସମିିତିର ସଭାପତି ପଦ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଗଜ-ରାଜପୁର ସମବାୟ ସମିତିର ସଭାପତି ପଦ ପାଇଁ ସୁବୋଧ ନାୟକ ଓ ବସନ୍ତ ପାଢୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତିରୁଣା ସମବାୟ ସମିତିର ସଭାପତି ପଦ ପାଇଁ ପ୍ରମୋଦ କୁମାର ଲେଙ୍କା ଓ ପ୍ରତାପ କୁମାର ବେହୁରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୬ତାରିଖରେ ଏହି ଦୁଇଟି ସମିତିର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଗଜରାଜପୁର ସମବାୟ ସମିତିରେ ନିର୍ବାଚନ ଅଧିକାରୀ ଭାବେ ଅମର କୁମାର ମଲ୍ଲିକ ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ସମିତିର ସଂପାଦକ କମଳାକାନ୍ତ ମହାନ୍ତି ସହଯୋଗ କରୁଥିଲେ । ସେହିପରି ତିରୁଣା ସମିତିରେ ଚିତରଂଜନ ନାୟକ ନିର୍ବାଚନ ଦାୟିତ୍ୱରେ ରହିଥିବା ବେଳେ ସମିତିର ସଂପାଦକ ରଂଜନ କୁମାର ବେହେରା ସହଯୋଗ କରୁଥିବା ଜଣାଯାଇଛି । ସୂଚନା ଥାଉକି ନାଉଗାଁ ବ୍ଲକରେ ଥିବା ୬ଟି ସମବାୟ ସମିତି ମଧ୍ୟରୁ ୩ଟି ସମିତିରେ ନିର୍ବାଚନ ଶେଷ ହୋଇଯାଇଛି । ଏଥିରେ ନାଉଗାଁ ସମବାୟ ସମିତିର ସଭାପତି ଭାବେ ଅନିଲ କୁମାର ଲେଙ୍କା ଓ ଡେରିକି ସମବାୟ ସମିତି ସଭାପତି ଭାବେ ପ୍ରକାଶ କୁମାର ଜେନା ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଶିଖର ସମବାୟ ସମିତି ସଭାପତି ଭାବେ ନିଳମଣୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ